-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମେଣ୍ଡରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ୫ ବର୍ଷ ବୟସର ଶିଶୁପୁତ୍ରକୁ ବାପା ସମ୍ମୁଖରେ ସେହି ଗ୍ରାମର ଜଣେ ଯୁବକ ଅମାନୁସିକ ଭାବେ ମୁଣ୍ଡରେ ପଥରରେ ଛେଚି ହତ୍ୟା କରିଛି। ଶିଶୁଟିକୁ ହତ୍ୟା ପରେ ତାର ହାତ ଓ ଗୋଡ଼କୁ କାଟି ସାଥିରେ ଘରକୁ ନେଇ ଯାଇଛି। ହତ୍ୟାକାରୀକୁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଛି ତାହା ଜଣାପଡି ନାହି।ମୃତ ଶିଶୁ ମେଣ୍ଡରା ଗ୍ରାମର ଶିବ ମନ୍ଦିରର ପୂଜକ ସନାଧର ପୂଜାରୀଙ୍କ ପୁଅ ହୋଇଥିବା ବେଳେ ହତ୍ୟାକାରୀସେହି ଗ୍ରାମର ଜଳ ସାନ୍ତା (୨୩)ବୋଲି ଜଣା ପଡିଛି।