-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
ବୋଡ଼େନ (ଡୋଲେସ୍ବର ଵାଗ )
ଓଡ଼ିଶା ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଂଶ ବିଶେଷ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ,ସୁରକ୍ଷା ଓ ପ୍ରଚାର ପ୍ରସାର । ବୋଡ଼େନ ବ୍ଲକର ବୋଉର ଗାଁ ପଞ୍ଚାୟତରେ ଆଜି ଅର୍ପଣ ରଥ ପରିକ୍ରମା କରିଥିବା ବେଳେ ସେଠାରେ ଆୟୋଜିତ ସଭା ଓ ପରିକ୍ରମାରେ ବି ଜେ ଡି ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ,ଜିଲ୍ଲାପରିଷଦ କ୍ଷେତ୍ର ନଂ ୧୦ ସ୍ମୃତି ସିଂ ମାଝୀ,ବି ଜେ ଡି ବ୍ଲକ ସଭାପତି ଲୋକନାଥ ଛତ୍ରିଆ,ପଞ୍ଚାୟତ ସଭାନେତ୍ରୀ ପୁଷ୍ପା ବାଗ,କରଙ୍ଗାମାଲ ପଞ୍ଚାୟତ ସଭାପତି ରିଖିରାମ ସଲମା,ବରିଷ୍ଠ ସଂଗଠକ ଜି କେ ତଥା ଅନ୍ୟାନ୍ୟ ବି ଜେ ଡି ସଂଗଠକ ଓ ଦାୟିତ୍ବବାନ ବ୍ୟକ୍ତିମାନେ ଉପସ୍ଥିତ ରହି ଲୋକଙ୍କୁ ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ଉପରେ ଅବଗତ କରାଇବା ସହ ଓଡ଼ିଶା ସଂସ୍କୃତିକୁ ବଞ୍ଚାଇ ରଖି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ । ଆଜି ଏହି ଅର୍ପଣ ରଥ ନଂ ଓ ଡି - ୦୨- ଏଚ ୧୪୫୪ ବୋଇର ଗାଁ ପଞ୍ଚାୟତରେ ପରିକ୍ରମା କରିଥିଲା ।ସମଗ୍ର ବୋଡ଼େନ ବ୍ଲକକୁ ଆସନ୍ତା ୧୩ ତାରିଖ ସୁଦ୍ଧା ପରିକ୍ରମା ସମାପ୍ତ କରିବାକୁ ସ୍ଥିର ହୋଇଛି ।ଜୟ ଜଗନ୍ନାଥ ।