-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
ସୋନପୁର( ମନୋରଞ୍ଜନ ତ୍ରିପାଠୀ ) ନୃତ୍ୟ ସଙ୍ଗୀତ ର ପହାପାର୍ବଣ ସବର୍ଣ୍ଣ ଲୋକ ମହୋତ୍ସବ ୨୦୨୪ ଲୋଇସିଂହା ଶଙ୍କର ବେହେରା ଙ୍କ ସୁର ସାଧନା ଓ ସମ୍ବଲପୁର ପଦ୍ମିନୀ ଡୋରା ଙ୍କ ଲହରୀ କଳାକାର ଙ୍କ ନାଚ ଗୀତ ଓ ଜିଲ୍ଲାପାଳ ଓ ଏସପି ଙ୍କ ଯୋଡ଼ି ଙ୍କ ନାଚ ଗୀତ ର ତାଳେ ତାଳେ ଗତ କାଲି ରାତିରେ ଉଦଯାପିତ ହୋଇ ଯାଇଛି l ଜିଲ୍ଲାପାଳ ଙ୍କ ଓ ଏସପି ଙ୍କ ସହଧର୍ମିଣୀ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଓ ଏଡି ଏମ୍ ଶ୍ରୀମତୀ ପଧାନ, ଅବକାରୀ ଅଧିକ୍ଷିକା, ତହସିଲଦାର, ସଂସ୍କୃତି ଅଧିକାରୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀ , ବିଭିନ୍ନ ଅଧିକାରି କର୍ମଚାରୀ ଓ ଆୟୋଜକ କମିଟି ର ଶ୍ରୀବତ୍ସ ମଲ୍ଲିକ, ଗଦା ଧର ବାରିକ, ପ୍ରମୁଖ ସାଂସ୍କୃତିକ କମିଟି ର ସମସ୍ତ ସଭ୍ୟ, ଉଦ୍ଘୋଷକ , କଳାକାର, ମିଡିଆ ଏଇ ନାଚ ଗୀତ ରେ ସାମିଲ ହୋଇ ଖୁବ୍ ମଜା ନେଇଥିଲେ l ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଚଳ ଚିତ୍ର ନିର୍ଦ୍ଦେଶକ ଡ଼. ସବ୍ୟ ସାଚୀ ମହାପାତ୍ର ଯୋଗ ଦେଇ ସୋନପୁର ର ପ୍ରାଚୀନ ସଂସ୍କୃତି ର ସଂରକ୍ଷଣ ଉପରେ ଗୁରୁତ୍ବ ଦେବା କୁ ପରାମର୍ଶ କରିଥିଲେ l ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉଦଯାପନୀ ସଭା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଭା, କଳାକାର, ମେଳା ର ସଫଳ ବ୍ୟବ ସାୟୀ, ବିଭିନ୍ନ ବିଭାଗ , ପୌର ପରିଷଦ, ସ୍ୱଚ୍ଛ ଭାରତ ସଂଗଠନ ଓ ହୋଟେଲ ମାଲିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l କବି ପ୍ରଦ୍ୟୁମ୍ନ ସାହୁ ସଭା ସଂଯୋଜନା କରିଥିବା ବେଳେ ନାଟ୍ୟ ଶ୍ରୀ ଗଦା ଧର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ l ନୂଆଁ ପଡ଼ା ଢ଼ୋଲ୍ ମୁହୁରୀ, ସୋନପୁର ର ଲେବେଲ ଡେନ୍ସ ଗ୍ରୁପ୍, ପଶ୍ଚିମ ବଙ୍ଗ ପୁରୁଲିଆ ଛଉ ନାଚ, ଗଞ୍ଜାମ ବାଘ ନାଚ, ବରଗଡ କକଲା ଜିବି, ଅନୁଷ୍ଠାନ ସମେତ ରାଜ୍ୟ ତଥା ରାଜ୍ୟ ବାହାର ର ଅନେକ କଳାକାର ନାଚ ଗୀତ ପରିବେଷଣ କରି ଦର୍ଶକ ଙ୍କ ମନ ମୋହିଥିଲେ l
ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିମଳେନ୍ଦୁ ରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ଆୟୋଜିତ ଏହି ଉତ୍ସବ ରେ ଏସପି ଅମରେଶ ପଣ୍ଡା, ଏଡିଏମ୍ ସୂର୍ଯୟନାରାୟଣ ଦାଶ, ଅଞ୍ଜଳିନା ପଧାନ, ଅବକାରୀ ଅଧିକ୍ଷକl ସୁମତି ତ୍ରୀପାଠୀ, ସୁଚନା ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ , ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଗଦା ଧର ବlରିକ, , ବେଣୀ ବେଦବକ ଲଡ଼ୁ କିଶୋର ମଲ୍ଲିକ ଉତ୍ସବ ରେ ସକ୍ରିୟ ସହଯୋଗ ଓ ପାଞ୍ଚ ଦିନ ବ୍ୟାପୀ ପୁରା ସମୟ ଉପସ୍ଥିତ ରହି ଅତିଥି ସତ୍କାର ଓ ସବୁ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସି ଏସ ଓ, , ଡି ପି ଓ ଅର୍ଜୁନ ମାଝୀ, ଦୁଃଖିଶ୍ୟlମ୍ ସେଠୀ, ଅଶ୍ଵିନୀ ଭୋଇ, ବିଦ୍ୟା ପତୀ ପଣ୍ଡା, ମାନ ଭଞ୍ଜନ ପଟ୍ଟନାଏକ, କାହୁଁ ଚରଣ ମେହେର, ସତ୍ୟ ଭୋଇ, ଚମରl ବିଶି, ପ୍ରୁଥିରାଜ ଥନlପତି, ଖୁବ୍ ସହଯୋଗ କରିଥିଲେ l ମାନଭଞ୍ଜନ ମିଶ୍ର, ଚୌଧୁରୀ ବିଭାର, ଅବିନାଶ ହୋତା, ଦେବାଶିଷ ପଟନାୟକ, ତନିସା ଅଗ୍ରୱାଲା, ରୁବୀ ବେହେରା, ଅମୃତା ପଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଦ୍ଘୋଶକ ଭାବେ ଦାୟିତ୍ଵ ନେଇ ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏବର୍ଷ ଉତ୍ସବ ରେ ସାଉଣ୍ଡ, ସିଟିଂ, କେଟ୍ରିନ ବ୍ୟବସ୍ଥା, ଓ ପଡ଼ିଆ ର ମେଟିଂ, ଅସଂଖ୍ୟ ଷ୍ଟଲ୍, ଖାଦ୍ୟ ଭେରାଇଟି, ସାଜ ସଜ୍ଜା , ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ଦର୍ଶକ ଖୁସି ହୋଇ ଥିବା ବେଳେ ପଦ୍ମିନୀ ଡୋରା, ଶଙ୍କର ବେହେରା ଙ୍କ ଶେଷ ସମୟ ର ଗୀତ ନାଚ ଓ ଜିଲ୍ଲା ପୋଲିସ ପ୍ରଶାସନ ର ମୁଖିଆ ମାନଙ୍କ ଯୋଡ଼ି ନାଚ ଗୀତ ରେ ସମସ୍ତ ଙ୍କ ଖୁସି କୁ ଦ୍ଵିଗୁଣିତ କରିଛି l