-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ବଲାଙ୍ଗୀର(ଚିତ୍ରସେନ ବେହେରା ): ବଲାଙ୍ଗୀରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଓ ମଠଖାଇ ମହୋତ୍ସବ ପାଳନ କମିଟି ପକ୍ଷରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ପଞ୍ଚଦଶତମ ସର୍ବଭାରତୀୟ ମଠଖାଇ ମହୋତ୍ସବର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରମେୟର କେବିକେ ସଂସ୍କରଣ ମୁଖ୍ୟ ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇ ନାଟକ ସମାଜ ପାଇଁ କିଛି ବାର୍ତ୍ତା ଦେଇ
ଜନଜାଗରଣ ସୃଷ୍ଟି କରୁ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଓ ବଲାଙ୍ଗୀର ଏସ୍ପି ଋଷିକେଶ ଖିଲାରୀ ମଂଚାସୀନ ରହି ମଂ ନାଟକକୁ ବଂଚାଇ ରଖିବା ଦିଗରେ ମଠଖାଇ ମହୋତ୍ସବର ମହନୀୟ ଅବଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ପାଇଁ ଡ. ସରୋଜ ପାଣିଗ୍ରାହୀଙ୍କୁ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ମାନପତ୍ର ଓ ଉପାୟନ ଦେଇ ମଠଖାଇ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ ନାଟକ କେବଳ ମନୋରଂଜନର ମାଧ୍ୟମ ନ ହୋଇ ସମାଜ ପାଇଁ ପଥପ୍ରଦର୍ଶକ ହେଉ ବୋଲି କହିଥିଲେ । ଶେଷରେ ସଙ୍ଗୀତ ନିର୍ଦ୍ଦେଶକ ତଥା ନାଟ୍ୟକାର ମୁରଲିଧାରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ବରଗଡ ଜିଲ୍ଲା ଭଟଲିର ନବଜ୍ୟୋତି ଶିକ୍ଷାନୁଷ୍ଠାନ
ପକ୍ଷରୁ ପରିବେଷିତ କୋସଲୀ ନାଟକ ଗୁଡମର୍ଣ୍ଣିଂ କୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ । ଆଜି ସଂଧ୍ୟାର ମଂଚକୁ କଳାଜହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଂଚଳର କଳାକାର ସ୍ୱର୍ଗତ ଶୈଳେନ୍ଦ୍ର ଆଚାର୍ଯ୍ୟ ଙ୍କ ନାମରେ ସମର୍ପିତ କରାଯାଇଥିଲା । ଜିଲ୍ଲା ବାହାରରୁ ଆସିଥିବା କିଛି ଟ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ଶତାଧିକ ନାଟ୍ୟପ୍ରେମୀ ଓ କାଳକାର ମାନଙ୍କ ସମାଗମ ହୋଇଥିଲା ।