-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||     

HOME   ଜିଲ୍ଲା

*ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-

05-Jul-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ଶିଳ୍ପ କେନ୍ଦ୍ର (ଡି.ଆଇ.ସି), ସୁବର୍ଣ୍ଣପୁର ଦ୍ବାରା ଆୟୋଜିତ ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ବୁଧବାର ତା.୦୧.୦୭.୨୦୨୬ରିଖ ଦିନ ସଫଳତାର ସହ ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ୟମୀ ହେବାକୁ ଇଚ୍ଛୁକ ଯୁବକ-ଯୁବତୀ, ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ, ଆର୍ଥକ ଅନୁଷ୍ଠାନ ଏବଂ ଶିଳ୍ପ ପ୍ରତିନିଧି ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଉଦ୍ୟୋଗିକତାର ପ୍ରସାର, ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଯୁବପିଢ଼ୀଙ୍କୁ ସ୍ବରୋଜଗାର ଓ ଉଦ୍ୟୋଗ ସ୍ଥାପନ ଦିଗରେ ପ୍ରେରିତ କରିବ l 
ଗତ ଜୁନ୍ ୨୭ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଏକ ଭବ୍ୟ ଉଦଘାଟନୀ ସମାରୋହ ମାଧ୍ୟମରେ ହୋଇଥିଲା। ଜିଲ୍ଲା ଯୋଜନା ସମିତିର ଅଧ୍ଯକ୍ଷ ତଥା ବୀରମହାରାଜପୁରର ମାନ୍ୟବର ବିଧାୟକ ଇଂ .ରଘୁନାଥ ଜଗଦଲା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଉଦ୍ୟୋଗୀ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ.ଏଚ.ଜି) ଓ ଅଣୁ. କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ) ମାନଙ୍କ ଉତ୍ପାଦ ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରାଯାଇଥିଲା। ବକ୍ତାମାନେ ଉଦ୍ୟୋଗୀ ସଚେତନତା ଓ ଋଣ ସହାୟତାର ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଦ୍ବିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ,(ସାଧାରଣ ),ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦ୍ୟୋଗୀ ଦକ୍ଷତା ବିକାଶ ଓ ସ୍ବୟଂ ସହାୟକ ଗୋଷ୍ଠିଙ୍କ ପାଇଁ ସହାୟତା ସମ୍ବନ୍ଧରେ ଅଧି ବେଶନ ଆୟୋଜିତ ହୋଇଥିଲା। ଅଂଶଗ୍ରହଣକାରୀମାନେ ସକ୍ରିୟ ଭାବରେ ଆଲୋଚନାରେ ଭାଗ ନେଇ ନିଜର ସନ୍ଦେହ ଦୂର କରିଥିଲେ।
ତୃତୀୟ ଦିନରେ ମୁଖ୍ୟ ଉନ୍ନୟନ ଅଧିକାରୀ - ତଥା -ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ମାର୍କେଟିଂ, ନବସୃଜନ, ଷ୍ଟାର୍ଟଅପ୍ ସୁଯୋଗ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ପ୍ରଭାବଶାଳୀ ଉଦ୍ୟୋଗ ପରିଚାଳନା ଉପରେ ଅଧୁବେଶନ ଅନୁଷ୍ଠିତ ହୋଇଥିଲା । ଉଦ୍ୟମୀ ହେବାକୁ ଇଚ୍ଛୁକ ଯୁବମାନଙ୍କୁ ଆଧୁନିକ ବ୍ୟବସାୟ ପଦ୍ଧତି ଅନୁସରଣ କରିବା ଓ ବିଭିନ୍ନ ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ଯୋଜନାର ସୁବିଧାର ସର୍ବୋତ୍ତମ ବ୍ୟବହାର କରିବା ପାଇଁ ପ୍ରେରିତ କରାଯାଇଥିଲା ।
ଚତୁର୍ଥ ଦିନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝିଙ୍କ ଅଧ୍ଯକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ମହାବିଦ୍ୟାଳୟ ଏବଂ ଆଇ. ଟି. ଆଇ ଗୁଡିକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗିକତା ସମ୍ପର୍କିତ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରବନ୍ଧ ଲେଖନ, ଚିତ୍ରାଙ୍କନ, ବିତର୍କ ଏବଂ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ନବସୃଜନ, ସୃଜନଶୀଳତା ଓ ଉଦ୍ୟୋଗିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିଲା।
ପଞ୍ଚମ ଏବଂ ଶେଷ ଦିନରେ ସୋନପୁର ପୌରପରିଷଦର ପୌରାଧ୍ଯକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସମାରୋହଟି ସମ୍ପର୍ଣ୍ଣ ହୋଇଥିଲା ଏଥିରେ ପଏଁରୀ ଅନୁଷ୍ଠାନ ଦ୍ବାରା  ଗୀତ ମାଧ୍ୟମରେ ଏମ. ଏସ. ଏମ. ଇ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନା ଏବଂ ଅଭିଯୋଗ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ବିଶିଷ୍ଟ ଅତିଥି, ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବ୍ୟାଙ୍କର, ଉଦ୍ୟୋଗୀ ଓ ଅଂଶଗ୍ରହଣକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ରବ୍ୟରେ ଆର୍ଥିକ ସ୍ବାବଲମ୍ବନ, ରୋଜଗାର ସୃଷ୍ଟି ଏବଂ ସ୍ଥାୟୀ ବିକାଶ ହାସଲ କରିବାରେ ଉଦ୍ୟୋଗିକତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । କୁଇଜ୍, ବିତର୍କ, ପ୍ରବନ୍ଧ ଲେଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ଟ୍ରଫି, ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପାଞ୍ଚଦିନିଆ ଉଦ୍ୟୋଗିକତା କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
ଜିଲ୍ଲା ଶିଳ୍ପ କେନ୍ଦ୍ର, ସୁବର୍ଣପୁରର ସାଧାରଣ ପରିଚାଳିକା ଇଂ. ସୁଷମା କରାଳି ସମସ୍ତ ବିଶେଷଜ୍ଞ, ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ଆର୍ଥିକ ଅନୁଷ୍ଠାନ, ଉଦ୍ୟୋଗୀ, ଗଣମାଧ୍ୟମ ପ୍ରତିନିଧି ଓ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ଆନ୍ତରିକ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026

You Might Also Like