-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ୍ ରେ ଅର୍ପଣ ରଥ ର ଶୁଭାରମ୍ଭ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ର ଶୁଭାରମ୍ଭ କରିଥିଲେ l ଏହି ପରିପ୍ରେକ୍ଷୀରେ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି, ବ୍ଲକ୍ ଅଧ୍ୟକ୍ଷl ଶ୍ରୀମତୀ ଗୀତାଞ୍ଜଳୀ ଦାସ, ଉପାଧ୍ୟକ୍ଷା ଶ୍ରୀମତି ନିରୂପମା ପଧାନ, ଜିଲ୍ଲା ପରିଷଦ ଜୋନ୍ 2 ର ସଦସ୍ୟା ବିଣାପାଣି ଦାସ୍ ଉପସ୍ଥିତ ଥିଲେ l ତା ସଙ୍ଗେ ସଙ୍ଗେ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l ବ୍ଲକ୍ ଅଫିସ୍ ରୁ ଆଜି ଚାରୋଟି ଜଗନ୍ନାଥ ଅର୍ପଣ ରଥ ବାହାରି ଚାରୋଟି ପଞ୍ଚାୟତ ଅଭିମୁଖେ ବାହାରିଥିଲା l ପ୍ରତ୍ୟକ ଘରକୁ ଘର ଯାଇ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଗୁଆ ଚାଉଳ ସଂଗ୍ରହ କରା ଯାଉଥିଲା l
ଆଜି ଆଗଲପୁର ବ୍ଲକର ଡୁଡୂକା ପଞ୍ଚାୟତ, ଆଗଲପୁର ପଞ୍ଚାୟତ, ସାଲେଭଟା ପଞ୍ଚାୟତ ଓ ପଟୁଆପାଲି ପଞ୍ଚାୟତ କୁ ରଥ ଯାଇ ଗୁଆ ଚାଉଳ ସଂଗ୍ରହ କରି ପୂରୀ ଜଗନ୍ନାଥ ମନ୍ଦିର କୁ ପଠାଇବା ପାଇଁ ସଂଗ୍ରହ କରା ଯାଉଥିଲା l ଏହାସହ ଭଜନ କୀର୍ତ୍ତନ କରି ଘରକୁ ଘର ଯାଇ ଚାଉଳ ଓ ଗୁଆ ସଂଗ୍ରହ କରି ମାଠିଆରେ ରଖା ଯାଇଥିଲା l ଏହି କାର୍ଯ୍ୟକ୍ରମ ଆସନ୍ତା ଏଗାର ତାରିଖ ଯାଏ ଚାଲିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି l