-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ ):ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତ ର ମହାପାର୍ବଣ ସୁବର୍ଣ୍ଣପୁର ଲୋକ ମହୋତ୍ସବ-୨୦୨୪ ର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା ଉଦ୍ଘାଟିତ ହୋଇ ଯାଇଛି l ସୋନପୁର ପୌର ପରିଷଦ ଅଧ୍ୟକ୍ଷା ଓ ବିନିକା, ଉଲୁଣ୍ଡା , ଡୁଙ୍ଗୁରିପାଲି, ଓ ସୋନପୁର ବ୍ଲକ୍ ଅଧ୍ୟକ୍ଷ ଅତିଥି ଭାବେ ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସୁବର୍ଣ୍ଣପୁରର କଳା ସଂସ୍କୃତି ପର୍ଯ୍ୟଟନ ବିକାଶ ଦିଗରେ ସରକାର ସବୁବେଳେ ଚେଷ୍ଟl ଜାରୀ ରଖିଛନ୍ତି ବୋଲି କହିଥିଲେ l ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳା କୁ ସମସ୍ତ ଅତିଥି ବୁଲି ଦେଖିଥିଲେ l ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟ
ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାକୁ ଅବିନାଶ ହୋତା ସଂଯୋଜନl କରିଥିବା ବେଳେ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ସାଂସ୍କୃତିକ ସଂଧ୍ୟା ରେ ଜିଲ୍ଲା ତଥା ବିଭିନ୍ନ ଜିଲ୍ଳା, ଓ ରାଜ୍ୟ ର ବିଭିନ୍ନ କଳାକାର ମାନଂକ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିବା ବେଳେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତ କୁ ଉପଭୋଗ କରିଥିଲେ l