-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ସଂକଳ୍ପ ବନ ଚାରିପଟେ ଥିବା ତାର ବାଡରୁ ପ୍ରାୟ ୨ କୁଇଣ୍ଟାଲ ରୁ ଉର୍ଦ୍ଧ ତାର କାଟି ନେଇଗଲେ ଦୁର୍ବୁତ୍ତ। ଏହା କିଏ ନେଲା କେବେ ନେଲା ଏ ବିଷୟରେ କିଛି ଖବର ନାଇଁ ଦାୟିତ୍ୱ ରେ ଥିବ ବୋନବିଭାଗ କର୍ମଚାରୀଙ୍କ। ଏବିଷୟରେ ଜାଣିବା ପାଇଁ ଡାବୁଗାଁ ବନ ବିଭାଗ କର୍ମଚାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିଲା ନାହିଁ। ଯାହା ଜଣା ପଡୁଛି ନିଘଡ଼ ନିଦ୍ରାରେ ଶୋଇଛି ବନ ବିଭାଗ। ସଦର ମହକୁମା ସ୍ଥିତ ଏହି ସଂକଳ୍ପ ବନରୁ ଯାହାକି ମୁଖ୍ୟରାସ୍ତ ତଥା ତହସିଲ ଅଫିସ ସମ୍ମୁଖରେ ରେ ଅଛି ଏବଂ ବନବିଭାଗ କାର୍ଯ୍ୟାଳୟ ରୁ ମାତ୍ର ୧କିଲ ମିଟର ଦୂରରେ ସେଠାରେ ପୁଣି ଚରି??? ତାହାବି ପ୍ରାୟ ୨/୩ କିଲାମିଟର ପର୍ଯ୍ୟନ୍ତ ସିମେଣ୍ଟ ପାଲରେ ଲଗାଯାଇଥିବ ଲୁହା ତାର ପ୍ରାୟ ୨କୁଇଣ୍ଟାଲ ରୁ ଉର୍ଦ୍ଧ ହେବ। ଏଥିରୁ ଅନୁମାନ କରାଯାଇ ପାରୁଥିବ ଡାବୁଗାଁ ଅଂଚଳରେ ଜଙ୍ଗଲ ସୁରକ୍ଷା କିଭଳି ହେଉଥିବା। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବନ ବିଭାଗର ନିଦ ଭାଙ୍ଗୁଛି କି ନାହିଁ।