-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ର ୧୯୮୫ ମାଟ୍ରିକ ବ୍ୟାଚ୍ ର ବାର୍ଷିକ ବନ୍ଧୁମିଳନ ମାଧିଆପାଲି ସ୍ଥିତ ରାଜକୁମାର ନାଏକଙ୍କ ଆମ୍ବ ବଗିଚାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ବନ୍ଧୁମିଳନ ରେ ଦୂରଦୂରାନ୍ତର ରୁ ଆସିଥିବା ସହପାଠୀ ବନ୍ଧୁ ମାନେ ନିଜନିଜର ପାଠପଢା ସମ୍ରାଟ ଅନୁଭୂତି ବର୍ଣ୍ଣନା କରିଥିଲେ।ସମସ୍ତେ ବୟସର ଅପରାହ୍ନରେ ପହଞ୍ଚିଥିବାରୁ ସହପାଠୀ ବନ୍ଧୁ ମାନଙ୍କର ପାଇଁ ଏକ କଲ୍ୟାଣ ପାଣ୍ଠି କରିବାକୁ ସମସ୍ବରରେ ମତ ଦେଇଥିଲେ।ବନ୍ଧୁ ମିଳନ କୁ ସୁନ୍ଦର ଭାବରେ ଆୟୋଜନ କରିବାରେ ଦେବାଶିଷ ପୁରୋହିତ,ସୁନୀଲ ମିସ୍ତ୍ରୀ ,ସନ୍ତୋଷ ସାହୁ,ପ୍ରଶାନ୍ତ ମାହାଣା, ରାଜକୁମାର ନାଏକ,ଯୁଗଲ ଦାଶ,ପ୍ରଦୀପ ଷଢଙ୍ଗୀ, ବିମଲ ମେହେର, ସୁନୀଲ ମହାନ୍ତି, ରମେଶ ପାଢୀ,ସୁଜିତ ପରିଛା ଓ ଅନ୍ଯମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ।