-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ଆଜି ପରିବହନ ବିଭାଗ ଅଫିସ୍ ଠାରେ ଉଦଯାପିତ ହୋଇ ଯାଇଚି l ଏହି ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଜିଲ୍ଲାପାଳ ବିମଳେନ୍ଦୁ ରାୟ , ସମ୍ମାନୀତ ଅତିଥି ରୂପେ ଏଡିଏମ୍ ସୁର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ଏବଂ ଏମ ଭି ଆଇ ବିଶ୍ବ ରଂଜନ ସାହୁ ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରି ସଡ଼କ ସୁରକ୍ଷା ନିୟମ ମାନି ନିଜ ର ବହୂ ମୂଲ୍ୟ ଜୀବନ ସହିତ ଅନ୍ୟ ର ଜୀବନ ବଞ୍ଚାଇବାକୁ ସମସ୍ତ ଙ୍କୁ ପରାମର୍ଶ କରିଥିଲେ l ସଭା କୁ କୋଶଳ ହାଇସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ସପ୍ତାହ ବ୍ୟାପୀ ଏହି ଅବସର ରେ ଟାଉନ୍ ତଥା ସମସ୍ତ ବ୍ଲକ ମାନଂକ ର ୫ ଟି ସ୍କୁଲ ମlନଙ୍କରେ ଭିଡ଼ିଓ ମାଧ୍ୟମ ରେ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି l ଟି ଏସ ଆଇ ପୂଜା ଭାଂଗ୍ରl , ଆନନ୍ଦ ମିଶ୍ର, ଚିତ୍ତ ରଂଜନ ଭୋଇ, ହିମାଂଶୁ ସାହୁ, ପୁନମ ପଣ୍ଡା, ଅବିନାଶ ଭୁଏ, ମଳୟ ପାଣିଗ୍ରାହି, ପଞ୍ଚାନନ ଦଳାଇ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l