-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଅପରାଧ

ପର୍ବତାରୋହିଣୀ ଯୁବତୀ ସହ ମିଶି ରିଲ୍ କରୁଥିବା ମହିଳାଙ୍କ ସ୍ବାମୀହତ୍ୟା ଷଡଯନ୍ତ୍ର  ? ସନ୍ଦେହରେ ହୋମ୍ ଗାର୍ଡ , କନେଷ୍ଟବଳ , ପୁଲିସ୍ , ନେତା ଓ ଡାକ୍ତର  

04-Jan-2024



'ମୋ' ସରକାର' ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଲା ଶିକ୍ଷକ ମୃତ୍ୟୁମାମଲା  


ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ଅନ୍ତର୍ଗତ କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକ ( ୩୮ ) ଙ୍କର ସନ୍ଦେହଜନକ ଅପମୃତ୍ଯୁ ମାମଲାଟିର ଅଧିକ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କ 'ମୋ' ସରକାର' ସମେତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସମ୍ବଲପୁର ପୁଲିସ୍ ଆଇଜି, ସୁବର୍ଣ୍ଣପୁର ଏସ୍ ପି  ଓ ସୋନପୁର ଥାନାର ଆଇ ଆଇଜିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଗତ ନଭେମ୍ବର ୨୩ ତାରିଖରେ ସୋନପୁର - ସମ୍ବଲପୁର ରାସ୍ତାର ମହାନଦୀ ବିଜୁସେତୁ ନିକଟସ୍ଥ ନଦୀଶଯ୍ୟାର ବେକେ ପ୍ରାୟ ପାଣିଖାଲରୁ ଉକ୍ତ ଶିକ୍ଷକଙ୍କ ଭାସୁଥିବା ମୃତଦେହ ସୋନପୁର ଥାନାପୁଲିସ୍ ଉଦ୍ଧାର କଲାପରେ ଖବରପାଇ ପରିବାର ଲୋକେ ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତିନି ଘଣ୍ଟାକାଳ ସେତୁ ପାଖରେ ରାସ୍ତା ଅବରୋଧ କରାଯାଇ ପୁଲିସ୍ ଓ ପ୍ରଶାସନର ସଠିକ୍ ତଦନ୍ତର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା । କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲାପରେ କିଛି ଜଣାଯିବ କୁହାଯାଇ ପ୍ରାୟ ମାସେ ପାଖାପାଖି ଅହେତୁକ କାଳକ୍ଷେପଣ କରାଯାଇ ଗତ ମାସ ୧୨ ତାରିଖରେ ସୋନପୁର ଥାନାପୁଲିସ୍ ତରଫରୁ ଏହା ମିଳିଥିଲା । ତେବେ ଏଥିରେ ମୃତ୍ୟୁର କାରଣ ଉଲ୍ଲେଖ ନଥିବା ସହିତ ଭିସେରା ପଠାଯିବ ବୋଲି କୁହାଯାଉଥିଲେ ହେଁ  ଅଦ୍ୟାବଧି ତାହା ପଠାଇବାରେ ପୁଲିସ୍ ଅହେତୁକ କାଳକ୍ଷେପଣ କରି ଆସୁଥିବାରୁ ଆହୁରି ସନ୍ଦେହ ବୃଦ୍ଧି ପାଇଛି । ଏହା ସହିତ ଆହୁରି କେତେକ ପାରିପାର୍ଶ୍ବିକ ଘଟଣାକ୍ରମ ସହିତ କେତେକ

ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କର କାର୍ଯ୍ୟକଳାପ ଓ ଶବବ୍ୟବଚ୍ଛେଦ ରିପୋର୍ଟକୁ ପରିବାର ପକ୍ଷରୁ ସନ୍ଦେହ ସୃଷ୍ଟି ହେବାରୁ ଏହାର ଅଧିକ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି କରାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ, ସୋନପୁର ଜିଲ୍ଲାର ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକଙ୍କ ସହ ୨୦୧୦ ରେ ବରଗଡ ଜିଲ୍ଲାର ଗୋଡଭଗା ଥାନା ଅନ୍ତର୍ଗତ କାଦୋବାହାଲ, ବରାହମୁଣ୍ଡା ଗ୍ରାମର ବିଶ୍ବସୁନ୍ଦରୀ ବାଘଙ୍କ ସହିତ ପାରମ୍ପରିକ ରୀତିରେ ବିବାହ ହୋଇଥିଲା । ତାଙ୍କର ଦୁଇଟି ପୁଅ (୫)ଓ ଝିଅ (୩) ଅଛନ୍ତି ।  ସାନଝିଅଟି ଏକ ଭିନ୍ନକ୍ଷମ ହୋଇଥିବାରୁ ପତ୍ନୀ ମଝିରେ ପ୍ରାୟ ୩ ବର୍ଷକାଳ ତା'ର ଚିକିତ୍ସା ପାଇଁ ଭୁବନେଶ୍ବରରେ ରହୁଥିଲେ ଓ ସ୍ବାମୀ ସେଠାକୁ ଯାଆଆସ କରୁଥିଲେ । ତେବେ ପତ୍ନୀ କିଛିଟା ଅଭିନୟ ପ୍ରତି ଋଚି ରଖିଥିବା ସହିତ ରିଲ୍ ଇତ୍ୟାଦି କରୁଥିଲେ । ତାଙ୍କ ସହ ତାଙ୍କର ଜଣେ ଝିଆରୀ ବରଗଡ ଜିଲ୍ଲାର ଲିପିକା ସେଠ୍, ଯିଏ କି ଜଣେ ପର୍ବତାରୋହିଣୀ ଭାବରେ ଜଣାଶୁଣା ମଧ୍ୟ ବରାବର ସମ୍ପର୍କରେ ରହି ଆସିଛନ୍ତି । ତେବେ କୌଣସି କାରଣରୁ ଦୀର୍ଘବର୍ଷ ଧରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତୀବ୍ର ମନୋମାଳିନ୍ୟ ରହିଆସିଥିଲା ଓ ସେମାନେ ଅଲଗା ଅଲଗା ରହୁଥିଲେ ।  ତା'ପରେ ସେ ସୋନପୁରକୁ ଆସି ଝିଆରୀ ସହ ଭଡାଘରେ ରହିଲେ । ମଝିରେ ମଝିରେ ଘରକୁ ମଧ୍ୟ ଯାଉଥିଲେ । କିନ୍ତୁ ସେମାନଙ୍କର ଦାମ୍ପତ୍ୟ ଝଗଡା ଥାନାପୁଲିସ୍ ରେ ପହଞ୍ଚିଥିଲା ।  ଶେଷରେ ଉକ୍ତ ଶିକ୍ଷକ ସଖୀସେଣ୍ଟରରେ ରହୁଥିବା ପତ୍ନୀଙ୍କୁ  ଘରକୁ ନେଇଥିଲେ ଓ ମୃତ୍ୟୁର ଦୁଇମାସ ପୂର୍ବରୁ ପତ୍ନୀ ଜଣେ ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ ସ୍ବାମୀଙ୍କ ଘରୁ ମଟରସାଇକଲରେ ଲୁଚିକରି ପଳାଇ ଆସିଥିଲେ ।  ତେବେ ସୋନପୁରରେ ପତ୍ନୀ ବିଶ୍ବସୁନ୍ଦରୀ ବାଘ ତାଙ୍କ ଉକ୍ତ ଝିଆରୀ ଲିପିକା ସେଠ୍ ଓ ଲିପିକାଙ୍କୁ ବିବାହ କରିବାକୁ ଚାହୁଁଥିବା ସୁବଳୟାର ବୀରମହାରାଜପୁର ଡାକ୍ତରଖାନାର ଜଣେ ଆୟୁଷ ଡାକ୍ତର ଥିବା ଅମିତ କୁମାର ମୁଦୁଲିଙ୍କ ସହ ବାରମ୍ବାର ସ୍ଥାନୀୟ ହିକୁଡି ଫାଣ୍ଡିରେ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଆସୁଥିଲେ ।  ଫାଣ୍ଡି ଅଧିକାରୀ ଭାବେ ଅବସ୍ଥାପିତ ଚକ୍ରଧର ବାରଲେବଡିଆ ଥିଲେ ହେଁ, ସେଠାରେ ଦୀର୍ଘ ପ୍ରାୟ ଦଶବର୍ଷ ଧରି ରହିଥିବା ଜଣେ ହୋମ୍ ଗାର୍ଡଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଆସିଥିବା ସହିତ ସେ ମୃତ୍ୟ ଶିକ୍ଷକଙ୍କ ଉପରେ ଫୋନ୍ ରେ ବାରମ୍ବାର ଚାପ ପକାଇ ଆସୁଥିଲେ । ଉକ୍ତ ହୋମ୍ ଗାର୍ଡଙ୍କ ସହିତ ଫାଣ୍ଡିର ଜଣେ କନେଷ୍ଟବଳ ମଧ୍ୟ ଏହି ଚାପ ପକାଉଥିବାର ଅଭିଯୋଗରୁ ପ୍ରକାଶ ।  ମୃତ୍ୟୁର ପୂର୍ବଦିନ ହିକୁଡି ଫାଣ୍ଡିରେ ଏହି ସ୍ବାମୀ-ସ୍ତ୍ରୀ ବିବାଦର ସମାଧାନ କରିବାକୁ ଉକ୍ତ ହୋମ୍ ଗାର୍ଡ ଡେଟ୍ ଦେଇଥିବା ପ୍ରକାଶ ।  ତେଣୁ ଶିକ୍ଷକ ଜଣକ ଗତ ନଭେମ୍ବର ୨୨ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ କାହାର ଫୋନ୍ ପାଇ ଏକାକୀ ବାଇକ୍ ନେଇ ଘରୁ ହିକୁଡି ଆଡକୁ ବାହାରି ଯାଇଥିଲେ ଓ ପରଦିନ ତାଙ୍କର ମୃତଦେହ ନଦୀର ପାଣିଖାଲରୁ ଉଦ୍ଧାର କରାଯାଇଥିଲା । ଏଣୁ ସମ୍ଭବତଃ ହିକୁଡି ଫାଣ୍ଡିର ଉକ୍ତ ହୋମ୍ ଗାର୍ଡ, ଉକ୍ତ କନେଷ୍ଟବଳ ଓ  ସେଠାରେ ଉପସ୍ଥିତ ଥିବା ପତ୍ନୀ, ଝିଆରୀ ଓ ସମ୍ପର୍କୀୟ ଉକ୍ତ ଡାକ୍ତରଙ୍କ ଦ୍ବାରା ତାଙ୍କୁ ରାଗିଂ ପରି କୌଣସି ନିର୍ଯାତନା ବା ସେମାନେ ତାଙ୍କୁ ନିକଟସ୍ଥ ସେତୁ ଆରପଟକୁ ଧରିନେଇ ଜୋର୍ ଜବରଦସ୍ତ ମଦ ପିଆଇଦେଇ ପାଣିଖାଲରେ ଠେଲି ଦେଇଥିବା ଶିକ୍ଷକଙ୍କ ଘରଲୋକେ ସନ୍ଦେହ କରୁଥିବାବେଳେ ଅନ୍ୟପକ୍ଷରେ ମଧ୍ୟ ମୃତଶିକ୍ଷକଙ୍କ ପତ୍ନୀ ଓ ଝିଆରୀ ଲିପିକା ସେଠ୍ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଏଥିରେ ଉକ୍ତ ଫାଣ୍ଡିର ହୋମ୍ ଗାର୍ଡ, କନେଷ୍ଟବଳ ଓ ଗ୍ରାମର ଜଣେ କୁଜିନେତାଙ୍କର
ହାତ ରହିଥିବା ସନ୍ଦେହ ପ୍ରକାଶ କରିଛନ୍ତି । କିନ୍ତୁ ସୋନପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜଣେ ଜଣେ ଡାକ୍ତର ଡା. କୃତ୍ତିବାସ ସୁବୁଦ୍ଧିଙ୍କ ଦ୍ବାରା କରାଯାଇଥିବା ଏହି ଶବବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ବା ଆତ୍ମହତ୍ୟାର ମଧ୍ୟ କୌଣସି ଚିହ୍ନବର୍ଣ୍ଣ ନଥିବା ସହିତ ଭିସେରା ପଠାଯିବାକୁ ନମୁନା ରଖାଯାଇ ମତ ସଂରକ୍ଷିତ ରଖାଯାଇଥିବା ପ୍ରକାଶ । ତେବେ ତଦନ୍ତକାରୀ ପୁଲିସ୍ ଅଧିକାରୀ ଲମ୍ବୋଦର ଡାଙ୍ଗଙ୍କ ଠାରୁ ପ୍ରକାଶ ଯେ,  ଡାକ୍ତର ଏହା ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବୋଲି କହିଥିଲେ । ତାଙ୍କ ଅନୁଯାୟୀ ମଦ ପିଇଦେଇ ପାଣିପାଖର ପଥର ଉପରେ ବସିଥିଲାବେଳେ ଅନ୍ଧାରରେ ପାଣିରେ ପଡିଯାଇ ସେ ଆଉ ଉଠିପାରି ନଥିବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏଭଳି ଏକ  ସଂଯୋଗର କାଳ୍ପନିକ କାହାଣୀକୁ ପରିବାରଲୋକେ କି ସ୍ଥାନୀୟ ଲୋକେ ମାନି ପାରୁ ନାହାଁନ୍ତି ।

ଏଥିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ମୃତ୍ୟୁ ପୂର୍ବରୁ ତାଙ୍କୁ ଖୋଜାଖୋଜି କରୁଥିବା ପରିବାର ଲୋକଙ୍କ ପକ୍ଷରୁ ମୃତ୍ୟୁର ମାତ୍ର ଅଳ୍ପ କେଇଘଣ୍ଟା ପୂର୍ବର ମୃତଶିକ୍ଷକଙ୍କର ଏକ ଭଏସ୍ ରେକର୍ଡ ମିଳିଛି । ସେଥିରେ ଉଭୟ ପରିବାରରଲୋକ ଓ ପତ୍ନୀ ଓ ଝିଆରୀଙ୍କ ପକ୍ଷରୁ ମୃତକ ଜଣକ ଜୀବନରେ କେବେ ମଦ ବା ନିଶାସେବନ କରୁ ନଥିବା ଦୃଢଭାବେ ଖଣ୍ଡନ କରାଯାଉଥିଲେ ହେଁ, ମଦପିଇ ମାତାଲ୍ ହେଲା ପରି ଅସ୍ବାଭାବିକ ସ୍ବରରେ କନ୍ଦାକଟା କରୁଥିବା ସହିତ ସନ୍ଦେହଜନକ କଣ୍ଠସ୍ବର ଭାଇରାଲ୍ ହେଉଛି । ଯାହାକୁ ପରିବାରର ଲୋକେ ଏହା ତାଙ୍କୁ କେହି କେହି ମାରୁଥିବାର ସ୍ବରଶବ୍ଦ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କୁ ତାଙ୍କ ଶଳା ମାରିବାର ଧମକଚମକ ଦେଇଥିବାର ଆଉ ଏକ ଭଏସ୍ ରେକର୍ଡ ମଧ୍ୟ ରହିଛି । କିନ୍ତୁ ଅନ୍ତିମ କଣ୍ଠସ୍ବରର ତାଙ୍କର ଉକ୍ତ ମୋବାଇଲ୍ ଟିର ପତ୍ତା ମିଳୁ ନଥିଲେ ହେଁ , ମୃତଦେହ ଉଦ୍ଧାରର ପରଦିନ ଏହି ମୋବାଇଲ୍ ଟି ଅନ୍ ଥିବା କୁହାଯାଉଛି । ଆହୁରି ମଧ୍ୟ ଏହି ମାମଲାଟି ସୋନପୁର ଥାନାର ତଦନ୍ତାଧୀନ ହୋଇଥିବାବେଳେ ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ଅଧିକାରୀ ଚକ୍ରଧର ବାରଲେବଡିଆ ଓ ଉକ୍ତ ସାହୁ କନେଷ୍ଟବଳ ଗତମାସ ୯ ତାରିଖ ରାତିରେ କେଶଲପୁରା ଯାଇ ତାଙ୍କ ଘରଲୋକଙ୍କୁ ଉକ୍ତ ମୋବାଇଲ୍ ଟି କାହାର ବୋଲି ଏକ ନମ୍ବର କାଗଜରେ ଟିପି ନେଇ।ପଚାରିବା ସହିତ ଏହା ଘୋଡାଧାରର ମୌନାବତୀ ବାଗ ନାମ୍ନୀ ଜଣେ ଝିଅପାଖରେ ଅଛି ବୋଲି ଭ୍ରମିତ କରିବାର କାରଣ ଜଣାପଡିପାରି ନାହିଁ । ଏକଥା ସୋନପୁର ଥାନାର ତଦନ୍ତକାରୀ ଅଧିକାରୀ ଡାଙ୍ଗବାବୁଙ୍କୁ କହିବାରୁ ସେ ପଚାରିଥିଲେ ଓ ହିକୁଡି ଫାଣ୍ଡିଫାଣ୍ଡି ଅଧିକାରୀ କଥାଟିକୁ ମାନି ନଥିଲେ । ଏଣୁ ଏହା ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି ।  ଉଲ୍ଲେଖନୀୟ ଯେ ଏହି ମାମଲାରେ ପତ୍ନୀଙ୍କର ଅନ୍ୟାନ୍ୟ ଅନେକ ସମ୍ପର୍କୀୟମାନେ ରହିଥିବାବେଳେ  ଉକ୍ତ ପର୍ବତାରୋହିଣୀ ଝିଆରୀ ଜଣକ ସର୍ବଦା ମାତ୍ରାଧିକ ତତ୍ପରତା ପ୍ରକାଶ କରି ଆସୁଛନ୍ତି । ଅଦ୍ୟାବଧି ମୃତକର ପତ୍ନୀଙ୍କୁ ପୁଲିସ୍  ସୋନପୁର ସ୍ବାଧାରଗୃହରେ ରଖିଥିବା ସହ ସେମାନଙ୍କର ପିଲାଦୁଇଟି ତାଙ୍କ ଘରେ ରହିଛନ୍ତି । କିଛିଦିନତଳେ ଅଧରାତିରେ ଏକ ଚାରିଚକିଆ ଗାଡିରେ କେତେକ ଅଜଣାଲୋକ କେଶଲପୁରା ଯାଇ ତାଙ୍କ କବାଟ ପିଟିଥିବା ସେମାନେ ସ୍ଥାନୀୟ ଥାନା , ତଦନ୍ତକାରୀ ଅଧିକାରୀଙ୍କ ସମେତ ଏସପିଙ୍କୁ ଅବଗତ କରିଥିବା ପ୍ରକାଶ । ତେବେ ତାଙ୍କ ପତ୍ନୀ ସ୍ବାଧାରଗୃହରେ ସବକ ନରହି ବାପଘର ବା ଅନ୍ୟତ୍ର ଝିଆରୀ ସହ ପଳାଇ ବୁଲୁଥିବାର ଶୁଣିବାକୁ ମିଳୁଛି । ଏହି ସବୁ କାରଣରୁ ଏହା ଏକ ହତ୍ୟାଷଡଯନ୍ତ୍ର ଓ ଏଥିରେ ବହୁଲୋକ ମିଶିଥିବାର ସନ୍ଦେହ କରି ପରିବାର ପକ୍ଷରୁ 'ମୋ ସରକାର' ବା ଫାଇଭ୍- ଟି , ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ , ସମ୍ବଲପୁର ଆଇଜି , ସୁବର୍ଣ୍ଣପୁର ଏସ୍ ପି ଓ ସୋନପୁର ଥାନା ଆଇ ଆଇସିଙ୍କୁ  ଅଭିଯୁକ୍ତ ସନ୍ଦେହକରାଯାଇ ହିକୁଡି ଫାଣ୍ଡିର ହୋମ୍ ଗାର୍ଡ ଅକ୍ଷୟ ପାଢୀ, କନେଷ୍ଟବଳ ଜିତେନ୍ଦ୍ର ସାହୁ, ଫାଣ୍ଡି ଅଧିକାରୀ

ଚକ୍ରଧର ବାରଲେବଡିଆ ବୀରମହାରାଜପୁରର ଆୟୁଷ ଡାକ୍ତର ଅମିତ କୁମାର ମୁଦୁଲି, ଶବବ୍ୟବଚ୍ଛେଦକାରୀ ଡାକ୍ତର, ତଦନ୍ତକାରୀ ଅଧିକାରୀ  ପତ୍ନୀ ବିଶ୍ବସୁନ୍ଦରୀ ବାଗ, ଝିଆରୀ ଲିପିକା ସେଠ, ପତ୍ନୀଙ୍କ ଭାଇ ଦୀପକ ବାଗ ଓ କେଶଲପୁରାର ଜଣେ ରାଜନୈତିକ ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ପ୍ରକାଶ । ପ୍ରକାଶ ଯୋଗ୍ୟ ଯେ, ଗତକାଲି ଭିସେରା ପଠାଯିବାକୁ ଏସପିଙ୍କ ସହ ଆଲୋଚନା ପୂର୍ବକ ଏବେ ସୋନପୁର ଥାନାରୁ ତଦନ୍ତକାରୀ ଅଧିକାରୀଙ୍କୁ ହଠାତ୍ ତରଭାଥାନାକୁ ବଦଳି କରିଦିଆଯାଇଛି । ସୋନପୁର ପୁଲିସ୍ ରେ ପୂର୍ବରୁ ମଧ୍ୟ ହୋମ୍ ଗାର୍ଡଙ୍କ ଭୂମିକା ବିବାଦୀୟ ରହି ଆସିଛି ଓ ଏହି ରହସ୍ୟମୟ ଶିକ୍ଷକ।ମୃତ୍ୟୁ ମାମଲାଟି ଏକ ସନ୍ଦେହଜନକ ହତ୍ୟା ଷଡଯନ୍ତ୍ର ଓ ଏଥିରେ ଉପରୋକ୍ତ ଅଭିଯୁକ୍ତମାନେ ଜଡିତ ରହିଥିବା ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like