-+91-9937148622 |

prerana_bgr@rediffmail.com |

  Saturday 11th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||      ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   (10-Jul-2026)       ||      ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

01-Jan-2024



 

ସମ୍ବଲପୁର, ଡିସେମ୍ବର -(ସଂଜୀବପାଣିଗ୍ରାହୀ)    ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗୋଶାଳା ଛକରୁ ଏନଏସଡିସି ଦ୍ୱାରା ୩ଟି ଅତ୍ୟାଧୁନିକ କୌଶଳ ରଥ (Skills on Wheels)ର ଶୁଭାରମ୍ଭ କରିଛନ୍ତି । ଏ ରଥ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ । 

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ଚାହିଦା ବଢୁଛି । ମୋଦି ସରକାରରେ ଦେଶରେ ଡିଜିଟାଲ କାରବାରର ନୂଆ ରୂପରେଖ ପରିବର୍ତ୍ତନ ହୋଇଛି । ବିଶ୍ୱର ଉତ୍ପାଦନର କାରଖାନା ଭାରତ ହେବା ପାଇଁ ଯାଉଛି । ଭାରତର ଯୁବଶକ୍ତିଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ଦକ୍ଷ କରିବା ପାଇଁ ପଡିବ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଶୁଭାରମ୍ଭ ହୋଇଥିବା ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯିବ । ନିର୍ଦ୍ଦିଷ୍ଟ ସମୟ ଅବଧିରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂ ଦିଆଯିବ । ଆତ୍ମନିର୍ଭର ହେବା ପାଇଁ ଉଦ୍ୟମିତାର ପ୍ରଶିକ୍ଷଣ ଦିଆଯିବ । ଗାଁ ବିଶେଷ ଭାବରେ ଗରିବ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବଢାଇବା ଦିଗରେ ଏହି ରଥ କାମ କରିବ ।  

ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ । କମ ସମୟ ମଧ୍ୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ସ୍କିଲ୍ ଇଣ୍ଡିଆ ମିଶନକୁ ବଡ ଗତି ଦେବ । ଯେଉଁ ସମୟରେ ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି, ସେହି ସମୟରେ ଏହି ରଥ ସ୍ଥାନୀୟ ଗ୍ରାମୀଣ ଯୁବକ ଯୁବତୀ, ବିଶେଷ କରି ଝିଅ ଓ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ହୈ ତ ମୁମକିନ୍ ହୈ । ଏହି ଦକ୍ଷତା ରଥ ଆମ ଯୁବପିଢ଼ିଙ୍କୁ କୁଶଳ କରିବା ଭଳି ସମସ୍ତ ସୂଚନା ପ୍ରଦାନ କରିବ । ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଏହା ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ । ଏହି କୌଶଳ ରଥ ଉପକ୍ରମ ଯୁବ ସଶକ୍ତୀକରଣ ପ୍ରତି ମୋଦି ଗ୍ୟାରେଣ୍ଟିର ସବୁଠୁ ବଡ଼ ପ୍ରମାଣ । ଆଗାମୀ ଦିନରେ ଗାଁ ଗାଁରେ ଏଭଳି ରଥ ଚଳାଇବାର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  

ଏହି ଅବସରରେ ଶ୍ରୀ ପ୍ରଧାନ ଛକରେ ଜି.ଚିନି ରାଓ ବାବୁଙ୍କ ଦୋକାନରେ ଚା’ ପିଇବା ସହ ଡିଜିଟାଲ କାରବାରକୁ କଲେ ପ୍ରଶଂସା କରିଥିଲେ । ମୋଦି ସରକାରରେ ଭାରତ ଡିଜିଟାଲ କାରବାରରେ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଜୀବନଶୈଳୀ ସହଜ କରିଥିବା ସେ କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି   10-Jul-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ   10-Jul-2026
  ଜିଲ୍ଲା  
ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   10-Jul-2026
  ରାଜ୍ୟ  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   10-Jul-2026
  ରାଜ୍ୟ  
ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   10-Jul-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026

You Might Also Like