-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ରାଜ୍ୟ

ଚିଟ୍‌ ଫଣ୍ତ ଠକେଇ, ଦଶନ୍ଧି ପରେ ଖୋଲିବ ୪ ସ୍ବତନ୍ତ୍ର କୋର୍ଟ

18-Dec-2020



(ପ୍ରେରଣା ଖବର) ଭୁବନେଶ୍ବର: ହଜାର ହଜାର କୋଟି ଟଙ୍କା ଚିଟ୍‌ ଫଣ୍ତ ଦୁର୍ନୀତିର ଦଶନ୍ଧି ପରେ ରାଜ୍ୟ ସରକାର କଟକ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ବରରେ ୪ଟି ସ୍ବତନ୍ତ୍ର କୋର୍ଟ ଖୋଲିବାକୁ ଗତ ସେପ୍ଟେମ୍ବର ୨୨ରେ ଯେଉଁ ଅନୁରୋଧ କରିଥିଲେ, ହାଇକୋର୍ଟ ଗତ ନଭେମ୍ବର ୯ରେ ସେଥିପାଇଁ ଅନୁମତି ପ୍ରଦାନ କରିଛନ୍ତ। ଫଳରେ ଉପରୋକ୍ତ ୪ଟି ସ୍ଥାନରେ ସ୍ବତନ୍ତ୍ର କୋର୍ଟ ଖୋଲିବା ପାଇଁ ବାଟ ଫିଟିଛି। ଏକପକ୍ଷରେ ଚିଟ୍‌ ଫଣ୍ତ ଦୁର୍ନୀତିର ତଦନ୍ତ ପାଇଁ ୨୦୧୩ ଜୁଲାଇରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିସନ୍‌କୁ ସରକାର ଅଧପନ୍ତରିଆ ଭାବେ ବନ୍ଦ କରି ଦେଇଥିବା ବେଳେ ଅନ୍ୟ ପକ୍ଷରେ ପ୍ରସ୍ତାବିତ ୪ଟି ସ୍ବତନ୍ତ୍ର କୋର୍ଟ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ବାର୍ଥ ସୁରକ୍ଷାରେ କେତେ ସହାୟକ ହେବ-ତାହା ପୁଣି ଥରେ ପର୍ଯ୍ୟାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ମରଣଯୋଗ୍ୟ, ୨୦୦୯ରେ ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ବେଳେ ଏହାର ଦୁଇ ବର୍ଷ ପରେ ଚିଟ୍‌ ଫଣ୍ତ ଠକେଇ ପ୍ରସଙ୍ଗ ରାଜ୍ୟକୁ ଦୋହଲାଇ ଦେଇଥିଲା। ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟରେ ବିଚାର ଚାଲିଥିବାବେଳେ ରାଜ୍ୟ ସରକାର ‘ଓଡ଼ିଶା ଜମାକରୀ ସ୍ବାର୍ଥ ସୁରକ୍ଷା ଆଇନ-୨୦୧୧’ ପ୍ରଣୟନ କରିବା ସହ ଚିଟ୍‌ ଫଣ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ଉଦ୍ଦେଶ୍ୟରେ ୩୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଘୋଷଣା କରିଥିଲେ। ୨୦୧୪ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ସରକାର ଚିଟ୍‌ ଫଣ୍ତ ଦୁର୍ନୀତିର ତଦନ୍ତ ଲାଗି ଜଟିସ୍‌ ଏମ୍‌.ଏମ୍‌. ଦାସ କମିସନ୍‌ କାର୍ଯ୍ୟକ୍ଷମ କରିଥିଲେ। ସେତେବେଳେ ଠକ କମ୍ପାନିଗୁଡ଼ିକର ବେଆଇନ୍‌ ଅର୍ଥ କାରବାରରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ସର୍ତ୍ତ ଥିଲା। କମିସନ୍‌ଙ୍କ ଆହ୍ବାନକ୍ରମେ ପ୍ରାୟ ୧୦ ଲକ୍ଷରୁ ଅଧିକ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରିଥିଲେ ମଧୢ ଆହୁରି ଅନେକ ଧାର୍ଯ୍ୟ ସମୟରେ ସତ୍ୟପାଠ ଦାଖଲ କରିପାରି ନଥିଲେ। ଏହାକୁ ଅନୁଭବ କରି କମିସନ୍‌ ପୁନର୍ବାର ୨୦୧୮ ନଭେମ୍ବର ୧୩ରେ ବିଜ୍ଞପ୍ତି ପ୍ରକାଶ କରିବା ପରେ ୨୦୧୯ ଜାନୁଆରୀ ଶେଷ ସୁଦ୍ଧା ପୁଣି ୭ ଲକ୍ଷରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ୨୦୧୯ରେ ସରକାର ସର୍ତ୍ତ (ଟର୍ମ୍ସ ଅଫ୍‌ ରେଫରେନ୍ସେସ୍‌) ସ˚ଶୋଧନ କରି କେବଳ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହରାଇଥିବା କ୍ଷୁଦ୍ର ଜମାକାରୀ ଚିହ୍ନଟ ଲାଗି ଜଣାଇବାରୁ କମିସନ୍‌ ୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ସୁପାରିସ୍‌ କରିଥିଲେ। ସେମାନଙ୍କ ମଧୢରୁ ମାତ୍ର ୨୧ ଶହ ଜଣ କ୍ଷତିପୂରଣ ପାଇଛନ୍ତି। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପରବର୍ତ୍ତୀ ତାଲିକା ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସରକାର ୨୦୨୦ ଫେବ୍ରୁଆରି ୪ ପରେ ତଦନ୍ତ କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରିନଥିଲେ। ଫଳରେ ଜଷ୍ଟିସ୍‌ ଏମ୍‌.ଏମ୍‌. କମିସନ୍‌ ବସ୍ତୁତଃ ସେହି ଦିନରୁ ଅଚଳ। ସୁତରା˚ ଅଧିକ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଲୋକଙ୍କୁ ଛାଡ଼ି ଲକ୍ଷ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ କ୍ଷତିପୂରଣ ପ୍ରାପ୍ତି ଆଶା ଅନିଶ୍ଚିତ ହୋଇପଡ଼ିଛି।ତେଣୁ ନିକଟ ଭବିଷ୍ୟତରେ ଖୋଲିବାକୁ ଥିବା ୪ଟି ସ୍ବତନ୍ତ୍ର କୋର୍ଟ ପାଇଁ ସରକାରଙ୍କ ଟର୍ମ୍ସ ଅଫ୍‌ ରେଫରେନ୍ସେସ୍‌ କ’ଣ ରହିବ, ତାହା ଜମାକାରୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିବା ସ୍ବାଭାବିକ। ତେବେ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରସ୍ତାବିତ ୪ଟି ସ୍ବତନ୍ତ୍ର କୋର୍ଟରେ କେବଳ ଚିଟ୍‌ ଫଣ୍ତ ଠକେଇ ମାମଲାଗୁଡ଼ିକର ବିଚାର ଚାଲିବ। ସୂଚନାଯୋଗ୍ୟ, ଚିଟ୍‌ ଫଣ୍ତ କେଳେଙ୍କେରୀର ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ଟାଳିବା ପାଇଁ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିଥିଲେ। ଏହିସମୟରେ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ବଡ଼ କମ୍ପାନିଙ୍କର ଓଡ଼ିଶାରେ ଥିବା କିଛି ସ୍ଥାବର-ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ସିବିଆଇ ଦ୍ବାରା କିଛି ଠକ କମ୍ପାନିର କର୍ମକର୍ତ୍ତା ଓ ସେମାନଙ୍କ ସହ ବେଆଇନ କାରବାରରେ ଜଡ଼ିତ ବ୍ୟକ୍ତିବିଶେଷ ଗିରଫ ହୋଇଥିଲେ। ସେମାନଙ୍କ ମଧୢରୁ ହତଗଣତି ଅଭିଯୁକ୍ତଙ୍କୁ ବାଦ ଦେଲେ ଅଧିକା˚ଶ ଜାମିନ୍‌ରେ ମୁକୁଳିଛନ୍ତି। ତେବେ କ୍ରାଇମ୍‌ ବ୍ରାଞ୍ଚ ଦ୍ବାରା ଦାଏର ଶତାଧିକ ମାମଲା ରାଜ୍ୟର ବିଭିନ୍ନ ତଳ କୋର୍ଟରେ ଚାଲିଥିଲେ ମଧୢ ଠକ ସ˚ସ୍ଥାଙ୍କ ଜବତ ସମ୍ପତ୍ତିକୁ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି କୌଣସି କୋର୍ଟ ରାୟ ଦେଇ ନାହାନ୍ତି। ସେପଟେ ସିବିଆଇ ତଦନ୍ତର ଆଉ ସ୍ବର-ଶବ୍ଦ ନାହିଁ। ଏଭଳି ପରିସ୍ଥିତିରେ ପ୍ରସ୍ତାବିତ ୪ଟି ସ୍ବତନ୍ତ୍ର କୋର୍ଟ କ୍ଷତିଗ୍ରସ୍ତ ସାଧାରଣ ଜମାକାରୀ କେବେ ସୁଦ୍ଧା କେଉଁ ନ୍ୟାୟ ପ୍ରଦାନ କରିବେ, ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like