-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-May-2026
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ଆସୁଛି ଲଘୁଚାପ! ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ସାରା ରାଜ୍ୟରେ ଆଜି ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଗକୁ କେମିତି ରହିବ ସ୍ଥିତି। ସମ୍ଭାବ୍ୟ ଲଘୁଚାପ ନେବ କି ବାତ୍ୟାର ରୂପ? ମେ ମାସ ଆସିଲେ ବାତ୍ୟା ଭୟ ବଢ଼େ। ଆଉ ସେ ଭୟ ଏବେ ପୁଣି ଥରେ ସଞ୍ଚାର ହୋଇଛି ।ବାତ୍ୟାକୁ ନେଇ ବଢିଛି ଆଶଙ୍କା । କେରଳ ଉପକୂଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଆସନ୍ତା ୮ ରୁ ୯ ମଧ୍ୟରେ କେରଳ ଉପକୂଳରେ ଘୁର୍ଣ୍ଣିବଳୟ ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ଏହି ଘୁର୍ଣ୍ଣିବଳୟ ବାତ୍ୟା ରୂପ ନେବ କିନ୍ତୁ ଏହା ଦିଗ କେଉଁ ଆଡ଼ରେ
ହେବ ତାହା ଏବେ ସ୍ପଷ୍ଟ ନାହିଁ। ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟା ଦିଗ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।ଅନେକ ବିଦେଶୀ ମଡେଲରେ ମଧ୍ୟ ବାତ୍ୟାକୁ ନେଇ ଆକଳନ କରାଯାଉ ଥିବାରୁ ତାହା ବଙ୍ଗୋପସାଗର ବା ଆରବସାଗରକୁ ମୁହାଁଇବ ସ୍ପଷ୍ଟ ହୋଇ ନଥିବା ସେ କହିଛନ୍ତି । କିନ୍ତୁ ବିଭିନ୍ନ ବିଦେଶୀ ମଡେଲ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଇଛନ୍ତି । ତେଣୁ ଆଉ କିଛିଦିନ ମଧ୍ୟ ରେ ଏହା ସ୍ପଷ୍ଟ ହେବ । ଅନ୍ୟପଟେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିଛି।