-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
05-May-2026
ବଲାଙ୍ଗୀର : ଆଗକାଳରେ ରାଜା ମାନେ ଜେନକେ ଯାଇ ନାଇଁ ପାରନ.. ସେନକେ ତାଙ୍କର ଗୁଟେ ପ୍ରତିନିଧି, ଦୂତ କିମ୍ୱା (ଆଜିକାଲି ବୋଧେ ସେଟାକେ ନୋମିନି ବଲୁଛନ) ପଠଉ ଥିଲେ.. ସେ ଯାଇକରି ରାଜା ଯେନଟା କହିବାର କେ ଚାହୁଁଥିଲେ.. ସେ ପ୍ରତନିଧି ଜଣକ ପଡି ଦେଉଥିଲା କିମ୍ବା କହୁଥିଲା.. ଏଭେ ଦେଖବାର କେ ମିଲୁଛେ ଯେ, ଯେନ କାଣା ଗୁଟେ ସରକାରୀ କାର୍ଯ୍ୟକ୍ରମ ହେଲା ଇ ନୋମିନି ବଲୁଥିବା ବ୍ୟକ୍ତି ବିଶେଷମାନେ କଲେ କଲେ ଷ୍ଟେଜ ଉପରେ ଚୌକି ଗୁଟେ ଆବରୀ କରି ବସିଦେଉଛନ...ଗଲା ୨୦୨୪ ନିର୍ବାଚନ ପରେ ବଲାଙ୍ଗିରରେ ଯେନ ବି ସରକାରୀ କାର୍ଯ୍ୟକ୍ରମ ହେଉଛେ ସେନ କିଛି ଲୋକଙ୍କୁ ମୁଇଁ ସାଂସଦଙ୍କ ନୋମିନି , ବିଧାୟକଙ୍କ ନୋମିନି , କିଏ ବଲୁଛେ ମୁନ୍ସିପାଲଟି ଚେୟାରମ୍ୟାନଙ୍କ ନୋମିନି , କିଏ ବଲୁଛେ ମୁଇଁ ବ୍ଲକ ଚେୟାରମ୍ୟାନଙ୍କ ନୋମିନି ଏନ୍ତା ବଲିକରି ଷ୍ଟେଜ ଉପରେ ଯାଇକରି ଚଉକି ଗୁଟେ ଆବରୀ କରି ବସି ଦେଉଛନ.... "ଯେନ୍ତା ବାଘ ନାଇଁ ଦେଖିଲେ ବିଲେଇ ଦେଖ"....
ଯେନ ରାଜ୍ୟ ସରକାରଙ୍କ ମନ୍ତୀ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ ର ଅଧିକାରୀମାନେ ବସୁଛନ ସେନ ଇ ନୋମିନି ବଲ କି ପ୍ରତିନିଧି କି ଦୂତ ବଲ ଏନ୍ତା ଲୋକେମାନେ ବସିକରି କରବେ କାଣା ? ....
ଜିଲ୍ଲା ମୁଖିଆ ବି ଧ୍ୟାନ ଦେବାର କଥା ସରକାରୀ କାର୍ଯ୍ୟକ୍ରମ ରେ ଇମାନଙ୍କର କାମ କାଣା ?? ...
ଯଦି ବି ଆସଲେ କି ପ୍ରଶାସନ ଡାକଲା ତଲେ ଚୌକି ରେ ବସବେ...ଷ୍ଟେଜ ଉପରେ ଚୁପ ପଡି ବସିକରି ଫଟୋ ହେବାର ଛଡା .. ପଦେ ତ କେଭେ
କହେବାର ଆମେ ନାଇଁ ଦେଖିବାର ଇ ନୋମିନି ମାନଙ୍କୁ.... ଜିଲ୍ଲା ପ୍ରଶାସନ ଟିକେ ଇତାର ପ୍ରତି ଗୁରୁତର ସହ ବିଚାର କରବାର କଥା ଆର ଆମର ସାଂସଦ, ବିଧାୟକମାନେ ବି ଧ୍ୟାନ ଦେବାର କଥା ...ଇତାର ଦ୍ୱାରା ଆମେ ନିର୍ବାଚିତ କରିଥିବା ଲୋକ ପ୍ରତିନିଧି ମାନଙ୍କର ସନ୍ନମାନ ହାନି ହେଉଛେ...କାରଣ ଇ ନୋମିନି ମାନେ କିଛି ପଦେ ବି ନାଇଁ କହେବାର ଉଲଟିଆ ଷ୍ଟେଜ ଉପରେ ବସିକରି ଡୁଗଡୁଗ ଦେଖୁଛନ...
ଯଦି ଏନ୍ତା ଚାଲବା ବେଲେ କାଉନସିଲରମାନଙ୍କ ର ନୋମିନି, ଜିଲ୍ଲା ପରିଷଦ ମେମ୍ବର, ସମିତି, ସରପଞ୍ଚଙ୍କ ନୋମିନି, ୱାର୍ଡ ମେମ୍ବରମାନେ ବିଚରା କାଣା ଦୋଷ କଲେ ଇମାନଙ୍କୁ ବି ନୋମିନି ଗୁଟେ ଗୁଟେ ରଖବାର ସୁଯୋଗ ଦିଆଯାଉ ଆରୁ ସେ ନୋମିନି ମାନଙ୍କୁ ଷ୍ଟେଜରେ ଚୌକି ଗୁଟେ ଦିଆଯାଉ।