-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-May-2026
କଟକ(ତପନ ମହାନ୍ତି): ପୂର୍ବତନ କର୍ପୋ ରେଟରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ। ପୂର୍ବତନ କର୍ପୋରେଟର ତଥା ବିଜେପି ନେତା ଚିତ୍ତ ରଞ୍ଜନ ଦାସଙ୍କୁ ଗତ ୨ ତାରିଖ ଶୁକ୍ରବାର ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଚିତ୍ତ ରଞ୍ଜନ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିଛି ବିଜେପି ବରିଷ୍ଠ ନେତା ସେମାନଙ୍କ କର୍ମୀଙ୍କୁ ଲଗାଇ ତାଙ୍କୁ ଆକ୍ରମଣ କରିଥିବା ସେ ଏତଲାରେ ଲେଖିଛନ୍ତି। ଯଦି ଭବିଷ୍ୟତରେ ଏଭଳି କିଛି ଘଟଣା ଘଟେ, ତେବେ ସମ୍ପୃକ୍ତ ନେତା ମାନେ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏ ନେଇ ସେ ସେମାନଙ୍କ ନାମ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଉକ୍ତ ନେତାମାନଙ୍କ ନାମ ଗୋପନ ରଖ୍ ତଦନ୍ତ କରୁଥିବା ଜଣାପଡ଼ିଛି ।