-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଭିମସାର ବୁର୍ଲା ଯକ୍ଷ୍ମା ଓ ଫୁସଫୁସ ୱାର୍ଡ ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବ୍ୟପର୍ଯ୍ୟସ୍ତ ହୋଇପଡିଛି କହିଲେ ଅତୁକ୍ତି ହେବ ନାହିଁ l ଉଭୟ ଯକ୍ଷ୍ମା ଓ ଫୁସଫୁସ ୱାର୍ଡ ସଂଲଗ୍ନ ଡ୍ରେନ ଆଜକୁ ଦୀର୍ଘ ୬ ମାସ ହେବ ସଫା କରା ନ ଯିବା ର ଜଳଜଳ ଦେଖାଯାଉଛି l ଫଳରେ ଏହି ୱାର୍ଡ ଦ୍ୱୟ କୁ ଆସୁଥିବା ରୋଗୀ ତଥା ପରିଜନ ଏକ ଅସ୍ୱାସ୍ଥ୍ୟକର ସହ ଦୁର୍ଗନ୍ଧମୟ ପରିବେଶ ଭୋଗୁଛନ୍ତି l ଦୈନଦିନ ଶତାଧିକ ରୋଗୀ ଏଠାକୁ ସେମାନଙ୍କ ସ୍ୱାସ୍ଥ୍ୟ ର ଉତ୍ତମ ଚିକିତ୍ସା ପାଇଁ ଆସୁଥିବା ବେଳେ ୱାର୍ଡ ସଂଲଗ୍ନ ଡ୍ରେନ ର ଅବସ୍ଥା ଯଦି ଏମିତି ତେବେ ୱାର୍ଡ ପରିସର ଅବସ୍ଥା ସହଜେ ଅନୁମାନ କରାଯାଇ ପାରେ l ଚାରିଆଡ଼େ ଅଳିଆ ଆବର୍ଜନା ବିଛାଡ଼ି ହୋଇ ପଡ଼ିଛି I ପରିସ୍ଥିତି ଏମିତି ଯେ ଏହି ୱାର୍ଡରେ ଯକ୍ଷ୍ମା ଓ ଫୁସଫୁସ ରୋଗୀଙ୍କ ରୋଗ ଭଲ କରିବା ପରିବର୍ତ୍ତେ ଏଠାକୁ ଆସୁଥିବା ରୋଗୀଙ୍କୁ ରୋଗ ବାଣ୍ଟୁଛି ବୋଲି ସହରରେ ଚର୍ଚ୍ଚା ହେଉଛି I ସ୍ବାସ୍ଥ୍ୟକର ପରିବେଶ ଓ ପରିମଳ ବ୍ୟବସ୍ଥା ପାଇଁ କର୍ମଚାରୀ (ସୁଇପର) ନିଯୁକ୍ତି ପାଇଛନ୍ତି ସତ, କିନ୍ତୁ ଏଠାକାର ସଫେଇ କର୍ମଚାରୀମାନେ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଏହି ସଫେଇ କର୍ମଚାରୀମାନେ ଆସି ହାଜିରା ପକାଉଥିଲେ ମଧ୍ୟ ସ୍ୱଚ୍ଛତା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି I ତୁରନ୍ତ ଭିମସାର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସଫା ସୁତୁରା ରଖିବାକୁ ଦାବି ହୋଇଛି l