-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
27-Dec-2023
ରେଢ଼ାଖୋଲ ( ଅନିଲ ପୃଷ୍ଟି ) ସମ୍ବଲପୁର କଟକ ୫୫ ନ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ ହୋଇଛି। ମୃତ ଦୁହେଁ ହେଲେ ରେଢାଖୋଲ ସହର ରଜବାଟି ସାହିର ଶୁଭେନ୍ଦୁ ସାହୁ ( ଜୁଲୁ ) ଓ ରଥାସହିର ଶ୍ୟାମସୁନ୍ଦର ଭିତିରିଆ ( ଚଗଲୁ ) । ଆଜି ତାଙ୍କ ସାଙ୍ଗ ମାନଙ୍କ ସହିତ ସରପାଲ ଜୋରକୁ ଭୋଜି କରିଯାଇଥିଲେ । ହେଲେ ଭୋଜି ଖାଇ ସାରି ଡିଜେ ବଜାଇ ନାଚଗୀତ ସାରି ସନ୍ଧ୍ୟା ସମୟରେ ଏକ ବୁଲେଟ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଅନ୍ୟଏକ ଗାଡ଼ିକୁ ଓଭରର୍ଟେକ୍ କରୁଥିଲେ ହେଲେ ସମ୍ମୁଖରରୁ ଏକ ଟ୍ରଲର ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା , ଫଳରେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଥିଲା , ସେପଟେ ଦୁହିଁଙ୍କୁ ଟ୍ରଲର ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।