-+91-9937148622 |
prerana_bgr@rediffmail.com |
Tuesday 21st July 2026 |
R.N.I. Regd No. ODIODI/2010/46693
Breaking News
20-Jul-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ମହୋତ୍ସବ ସୋନପୁର ର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ନିର୍ଦ୍ଦେଶକ ଅଭିନାଶ ହୋତା ଙ୍କ ନିର୍ଦ୍ଦେଶନା ରେ "ଭକ୍ତି ଆରାଧନା ଭଜନ ଟ୍ରୁପ" ବୀର ମହାରାଜ ପୁର କଳାକାର ଙ୍କ ଦ୍ୱାରା ଭଜନ ସଙ୍ଗୀତ ପରିବେଷଣ କରା ଯାଇଥିଲା l ମୁଖ୍ୟ ଅତିଥି ଭାବେ ସୋନପୁର ବିଡିଓ ଶ୍ରୀ ପ୍ରତୀକ କର, ସମ୍ମାନୀତ ଅତିଥି ଭାବେ ସୋନପୁର ଏସ ଡି ପି ଓ କଲ୍ୟାଣୀ ବେହେରା ଯୋଗ ଦେଇ ଏହି କାର୍ଯ୍ଯ କ୍ରମ କୁ ଶୁଭ ଉଦ୍ଘାଟନ କରି ଆୟୋଜକ ଙ୍କୁ ପ୍ରଶଂଶା କରିଥିଲେ |
ପ୍ରଭୁ ତିନି ଠାକୁର ଙ୍କ ବାମନ ପର୍ଶୁରାମ ବେଶ ଦର୍ଶନ ଓ ଭଜନ ସଙ୍ଗୀତ ଉପଭୋଗ ପାଇଁ ଭକ୍ତ ଶ୍ରଦ୍ଧାଳୁ ଙ୍କ ଖୁବ୍ ଭିଡ଼ ଲଗି ରହି ଥିଲା l ବିବେକା ନନ୍ଦ ପଣ୍ଡା, ଦେବାନନ୍ଦ ଦାଶ, ଶିବାନୀ ମହାପାତ୍ର, ଦେବ ସ୍ମିତା ମହାପାତ୍ର, ପ୍ରତ୍ୟୁଷ ବାଗ ପ୍ରମୁଖ ବିଶିଷ୍ଟ କଳାକାର ମାନେ ସୁମଧୁର ଭଜନ ସଙ୍ଗୀତ ଗାନ କରି ଦର୍ଶକ ଙ୍କ ମନ ମୋହିଥିଲେ l ଶ୍ରୀ ଗୁଣ୍ଡିଚା ଯାତ୍ରା ମହୋତ୍ସବ କମିଟି ସଭାପତି ମିଲନ ମିଶ୍ର, ସଂପାଦକ ସିଦ୍ଧାର୍ଥ ମିଶ୍ର, ସକ୍ରିୟ ସଦସ୍ୟ ବିଶ୍ୱଜିତ୍ ମିଶ୍ର, ରାଜ କିଶୋର ତ୍ରିପାଠି, ବିବେକା ନନ୍ଦ ମିଶ୍ର, ଅଭିନବ ମହାପାତ୍ର, ଗଙ୍ଗା ତରିଆ, ବେଣୁ ନାଏକ୍, ନାରାୟଣ ଦତ୍ତ ପାଣ୍ଡେ ପ୍ରମୁଖ ସମସ୍ତ ସଦସ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ l