-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।

20-Jul-2026



ବିନିକା(ହିମାଂଶୁ ଶେଖର ପୁଟେଲ)ସ୍କୁଲର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶିଙ୍କ ବଦଳି ଆଦେଶକୁ ସ୍ଥଗିତ ରଖିବା ଦାବୀ ନେଇ ଆଜି ଖଇରମାଲ ଗ୍ରାମବାସୀ ସ୍କୁଲରେ ତାଲା ମାରି ପ୍ରତିବାଦ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପ୍ରଧାନ ଶିକ୍ଷକ ସୁଶୀଲ ବିଶି କିଛି ବର୍ଷ ଧରି ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ  ରତ ଥିଲେ । ତାଙ୍କ ମାର୍ଗଦର୍ଶନରେ ସ୍କୁଲରେ ପାଠପଢା ସାଙ୍ଗକୁ ପିଲାମାନଙ୍କ ପରୀକ୍ଷା ଫଳାଫଳ ପ୍ରତିବର୍ଷ ଠିକ ରହୁଥିଲା। କିନ୍ତୁ  ହଠାତ୍ ତାଙ୍କ ବଦଳି ଆଦେଶ ଆସିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଆଜି ସ୍କୁଲ ସମ୍ଭୁଖରେ ରୁଣ୍ଡ  ବଦଳି ସ୍ଥଗିତ ନେଇ ଦୃଢ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା।ଗ୍ରାମବାସୀଙ୍କ କହିବା ଅନୁସାରେ ସୁଶୀଲ ସାର ଆମ ପିଲାମାନଙ୍କୁ ନିଜ ପିଲା ପରି ପଢାନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନିୟମିତ ପଚାରି ବୁଝନ୍ତି । ଏହା ସହିତ ସ୍କୁଲର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାରେ କେବେ ବି ଅବହେଳା କରି ନାହାନ୍ତି ।ଏମିତି ଜଣେ କାର୍ଯ୍ୟ ଦକ୍ଷତା ସମ୍ପନ୍ନ ଶିକ୍ଷକ ପାଇ ଅଭିଭାବକ ଅଭିଭାବିକା ମହଲରେ ଖୁସର ଉନ୍ମାଦନା ସୃଷ୍ଟି କରିଥିଲା l ହେଲେ ହଠାତ ଖବର ମିଳିଲା ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଯାଇଛି । ତେଣୁ ସମସ୍ତ ଅଭିଭାବକ କଥା ବାର୍ତା ହୋଇ  ଯଦି ସାର ସ୍କୁଲରୁ ଚାଲିଯିବେ ତେବେ ସ୍କୁଲର ଭବିଷ୍ୟତ ଅନ୍ଧକାର ହୋଇଯିବ। ତେଣୁ ତାଙ୍କ ବଦଳି ତୁରନ୍ତ ସ୍ଥଗିତ ରଖାଯାଉ ବୋଲି ଆଜି ଅଭିଵାବକ ମାନେ ଦିନତମାମ ସ୍କୁଲରେ ତାଲା ପକାଇ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ।ଯାହା ଫଳରେ ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହୋଇଥିଲା।  ଶିକ୍ଷା ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ କେମିତି ଶିକ୍ଷା ବ୍ୟବସ୍ତା ଏବଂ ଧନ୍ୟ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି ।ତେବେ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ ପ୍ରଧାନ ଶିକ୍ଷକ ସୁଶୀଲ ବାବୁଙ୍କ ବଦଳି ସ୍ଥଗିତ ନ ହୁଏ ତେବେ ସେମାନେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଅନ୍ୟ ପକ୍ଷରେ ନୂତନ କରି ଯୋଗଦାନ କରିବାକୁ ଆସିଥିବା ଶିକ୍ଷକଙ୍କୁ ସ୍କୁଲ ଭିତରକୁ ଗ୍ରାମବାସୀ ପ୍ରବେଶ କରାଇ ଦେଇନଥିବାରୁ ଶିକ୍ଷକ ଜଣକ ଫେରି ଯାଇଥିବା ଜଣାପଡ଼ିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like