-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||     

HOME   ଜିଲ୍ଲା

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ*

20-Jul-2026



ରୋଡ଼ସ ଆଇଲ୍ୟାଣ୍ଡ : ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ଏଠାରେ ସକାଳେ ମୁଖ୍ୟ ପୂଜାରୀ ଚନ୍ଦ୍ର ଶେଖରଙ୍କ ଦ୍ୱାରା ମଙ୍ଗଳ ଆରତୀ, ହୋମ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ତଥା

ନୀତିକାନ୍ତି ଆଦି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ରୋଡ଼ସ ଆଇଲ୍ୟାଣ୍ଡରେ ନବମ    ଥର ପାଇଁ ଅନୁଷ୍ଠିତ ହେଉଥିବା ରଥଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ଶତାଧିକ ଭକ୍ତଗଣଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅସୀମ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଚଳିତବର୍ଷ ଘୋଷ ଯାତ୍ରାରେ ରୋଡ଼ସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିୟୁଜର୍ସି, କନେକ୍ଟିକଟ ଓ ମାସାଚ୍ୟୁଟସ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ, ସେମାନଙ୍କର ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ଆସି ଭାଗ ନେଇଥିବାର ଲକ୍ଷ୍ୟ କରାଯାଇଥିଲା। ଦିନ ସାଢେ଼ ୧୧ ଟାରେ ମନ୍ତ୍ରର ଗହଗହ ଉଚ୍ଚାରଣ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘୋର ଘର୍ଘର ସ୍ୱର ଝଙ୍କାର ଦ୍ୱାରା ଗଗନ ପବନ ପ୍ରକମ୍ପିତ ହେବା ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା'ପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ଓ ସଙ୍ଗଠକମାନେ ସାହି ରୋଷଣୀ କରି ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ନବ ନିର୍ମିତ ରଥ ଉପରକୁ ନେଇ ଆସୀନ କରାଯାଇଥିଲା। ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚେଇ ନଚେଇ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ରାଜଶ୍ରୀ ପଣ୍ଡା,   ରଞ୍ଜିତା ପରିଡା,ସୁଦୀପା ନାୟକ ଏବଂ ଶ୍ରଦ୍ଧା ନାୟକ ପ୍ରମୁଖ ଶ୍ରୀଜିଉମାନଙ୍କୁ ଓ ସେମାନଙ୍କ ରଥକୁ ଖୁବ ସୁନ୍ଦର ଭାବରେ ଫୁଲ ମାଳ ସହିତ ସଜ୍ଜାଇ ଥିଲେ।
                                                      ଶ୍ରୀ ସିଦ୍ଧି ବିନାୟକ ମନ୍ଦିରର ଅଧ୍ୟକ୍ଷ ନାଗେସ କାମସାନି ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।ଭଜନ, ଜଣାଣ ଓ କୀର୍ତ୍ତନର ତାଳେତାଳେ ଅପରାହ୍ନ ୧ଟା ବେଳେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରଥଟିକୁ ସିଦ୍ଧିବିନାୟକ ମନ୍ଦିରର ଚତୁଃପାର୍ଶ୍ଵରେ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଟଣା ଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ୱାରୱିକର ରାଜରାସ୍ତାରେ ରାଜକୀୟ ଠାଣିରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ଅପରୂପ ଓ ଅନୁପମ ରଥଟି ଗଡ଼ି ଗଡ଼ି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ଭକ୍ତ ଓ ଭଗବାନଙ୍କର ମିଳନର ଏହା ବିରଳ ଅବସର ଥିଲା। ବିଶେଷ କରି

ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରି ଭାରତୀୟ ଏବଂ ବିଦେଶୀ ଶ୍ରଦ୍ଧାଳୁମାନେ କୃତ କୃତ୍ୟ ହେଉଥିବା ନଜରକୁ ଆସିଥିଲା ।ମନ୍ଦିରକୁ ଫେରିବା ପରେ ଦିଅଁ ମାନଙ୍କୁ ପୁରୀର ଆନନ୍ଦ ବଜାର ଶୈଳୀରେ ପ୍ରସ୍ତୁତ ସ୍ୱାଦିଷ୍ଟ ମହାପ୍ରସାଦ ଭୋଗ ଲଗାଯାଇଥିଲା। ଏହି ଭୋଗକୁ ଆଗନ୍ତୁକମାନଙ୍କ ମଧ୍ୟରେ ପରେ ବିତରଣ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସନ୍ନି ମିଶ୍ର ଓ ପ୍ରଜ୍ଞା ବେହେରାଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ, ଅନ୍ୟରା ପଣ୍ଡା ଏବଂ ଅକାଂକ୍ଷା ପଟ୍ଟନାୟକଙ୍କ ଦ୍ବାରା ମର୍ମସ୍ପର୍ଶୀ ଓଡ଼ିଶୀ ନୃତ୍ୟ ପ୍ରସ୍ତୁତି,  ସୁକୃତି ଗୁପ୍ତାଙ୍କ ଦ୍ୱାରା ମନଲୋଭା କଥକ ନୃତ୍ୟ ପ୍ରଦର୍ଶନ ତଥା ଅକାଂକ୍ଷା ପଟ୍ଟନାୟକଙ୍କ ଦ୍ବାରା ଚଳନ୍ତି ରଥ ସମ୍ମୁଖରେ ସୁଲଳିତ ଜଣାଣ ଗାୟନ  ଆଦି ଅନ୍ତର୍ଭୁକ୍ତ ଥିଲା।ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୋମ୍ୟଶ୍ରୀ ଦାଶ ସୂଚାରୁ ରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ।

ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତିଙ୍କର ସାମଗ୍ରିକ ତତ୍ତ୍ଵାବଧାନରେ ଆୟୋଜିତ ରଥଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ସୁଦକ୍ଷ ସଂଗଠକ ବୃନ୍ଦ ଯଥା  ପଙ୍କଜ ପଣ୍ଡା, ବବିତା ମହାନ୍ତି, ମୁନମୁନ୍ ଦାସ, ମଣି ମହାପାତ୍ର, ଶୁଭ୍ରାଂଶୁ ମହାନ୍ତି, ସିମ୍ମୀ ମହାପାତ୍ର, ସରୋଜ ବେହେରା, ସୌରଭ ମିଶ୍ର, ସୋମ୍ୟଶ୍ରୀ ଦାଶ, ବିଶ୍ୱ ପଟ୍ଟନାୟକ, ଚନ୍ଦ୍ରଶେଖର ମହାନ୍ତି, ସନ୍ତୋଷ ବେହେରା, ଲୀନା ପଟ୍ଟନାୟକ, ସୁକାନ୍ତ ପାତ୍ର, କଳ୍ପନା ମହାନ୍ତି, କରୁଣା ମେହେଟ୍ଟା, ଦେବାଶିଷ ପଣ୍ଡା, ସ୍ୱରୂପାନନ୍ଦ ସ୍ୱାଇଁ, ମୌସୁମୀ ରାଉତ,ବିରଜା ଦାଶ ଏବଂ ବାସନ୍ତୀ ଦାଶ ପ୍ରମୁଖଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026

You Might Also Like