-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

20-Jul-2026



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ସଞ୍ଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ,ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମେନେଜର, ସୋନପୁର ସତ୍ୟବ୍ରତ ପ୍ରଧାନ ଏବଂ ସିଂଘିଯୁବା ପୋଷ୍ଟମାଷ୍ଟର ଉଦୟକର ସାହୁ ମଞ୍ଚାସୀନ ଥିଲେ। ସେମାନଙ୍କ ସହ ବିନିକାର ଏଜେଣ୍ଟ ସତ୍ୟବାନ ପୁରୋହିତ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ଡାକଘର ସଞ୍ଚୟ ଯୋଜନା ଓ ସେବା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।କାର୍ଯ୍ୟକ୍ରମରେ ଶ୍ରୀ ମଙ୍ଗଳ ପଧାନ କନ୍ୟା ସନ୍ତାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପରିଚାଳିତ ସୁକନ୍ୟା ସମୃଦ୍ଧି ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟ ବକ୍ତାମାନେ ମଧ୍ୟ ଡାକଘରର ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇ ସୁରକ୍ଷିତ ଓ ବିଶ୍ୱସନୀୟ ସଞ୍ଚୟ ପ୍ରଣାଳୀ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରେରିତ କରିଥିଲେ।
ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌.ଏଚ୍‌.ଜି.)ର ମହିଳା ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ସିଂଘିଯୁବା ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ। ଏଥିସହ ପାଞ୍ଚଜଣ ଡାକଘର ଏଜେଣ୍ଟ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରୟାସକୁ ସୁଦୃଢ଼ କରିବା ସହ ଲୋକଙ୍କୁ ବିଭିନ୍ନ ଠକ ସଞ୍ଚୟ ସଂସ୍ଥା (ଚିଟ୍‌ଫଣ୍ଡ)ର ପ୍ରତାରଣାରୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ଥିଲା।ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟ, ସୁବର୍ଣ୍ଣପୁର ର କିରାଣୀ ସଞ୍ଜୟ ବାରିକ ସୁଚାରୁରୂପେ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like