-+91-9937148622 |
prerana_bgr@rediffmail.com |
Monday 20th July 2026 |
R.N.I. Regd No. ODIODI/2010/46693
Breaking News
19-Jul-2026
କଣ୍ଟାବାଞ୍ଜି: ଗୋ କୁ ନେଇ ବିଭିନ୍ନ ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନେକ ଗୋସାଲା କରି ସଂଗଠନ ମାନେ ସେବା କରୁଛନ୍ତି କିନ୍ତୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଚାଲିଛି ଗୋ କୁ ନେଇ ବଡ଼ ବ୍ୟବସାୟ। ବେଧଡକ ଭାବେ ବେଆଇନ ଗୋ ଚାଲାଣ କାରବାର ହେଉଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ଚୁପ୍ ରହିଥିବା ଦେଖିବାକୁ ମିଳିଛି। ଗତ କିଛି ମାସ ତଳେ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶହ ଶହ କିଲୋମିଟରୁ ଶହ ଶହଗାଇ ମାନଙ୍କୁ ପାଦ ଚଲାଇ ଗୋ ବ୍ୟବସାୟୀମାନେ ଆଣୁଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳ ର ସଚେତନ ନାଗରିକ ମାନେ ଗୋ ଉଦ୍ଧାର କରି କଣ୍ଟାବାଞ୍ଜି ପୋଲିସ କୁ ଜିମା ଦେଇଥିବା ବେଳେ କଣ୍ଟାବାଞ୍ଜି ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସେହି ଗୋ ବ୍ୟବସାୟୀ ମାନଙ୍କୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଦିନକୁ ଦିନ କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ବୃଦ୍ଧି ପାଇବା ରେ ଲାଗୁଥିବା ବେଳେ କିଛି ଜଣ ଦଳାଳ ଏଥିରେ ସକ୍ରିୟ ହୋଇ ଏହି କାରବାର ଚଲାଇ ଆସୁଥିବା ଅଭିଯୋଗ ହେଉଛି। କଣ୍ଟାବାଞ୍ଜି ଗୋରୁ ବଜାର କୁ ବିଭିନ୍ନ ଅଞ୍ଚଳ ଗୋ ବ୍ୟବସାୟୀ ମାନେ ଗାଇ ଆଣି ବିକ୍ରୀ କରି କରୁଥିବା ସେହି ଗାଈ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଗୋ ବ୍ୟବସାୟ ଏକ ବେଆଇନ କାର୍ଯ୍ୟ ଅଟେ ଏହି କାରବାର ଯିଏ ଲିପ୍ତ ହୁଅନ୍ତୁ ନାଁ କାହିଁକି ସେମାନ ଙ୍କ ଉପରେ ପୋଲିସ ଓ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି। କିନ୍ତୁ ଏଠାରେ କାର୍ଯ୍ୟାନୁଷ୍ଠାନ ବଦଳରେ କଣ୍ଟାବାଞ୍ଜି ଥାନା ର କିଛି ଜଣ ପୋଲିସ କର୍ମଚାରୀ ଗୋ ବ୍ୟବସାୟୀ ଙ୍କ ଠାରୁ ଟଙ୍କା ଆଦାୟ କରି ସହଯୋଗ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ରେ କଣ୍ଟାବାଞ୍ଜି ଅଞ୍ଚଳରେ ଗୋ ଚାଲାଣ କାରବାର ବଢୁଥିବା ବେଳେ ଗୋ ହତ୍ୟା କରି ମାଂସ ବିକ୍ରୀ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏମିତିକି ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା। ତେବେ କଣ୍ଟାବାଞ୍ଜି ଅଞ୍ଚଳ ରେ ଚାଲିଥିବା ବେଆଇନ ଗୋ ବ୍ୟବସାୟ ଉପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନଜର ଦେଇ ବେଆଇନ କାର୍ଯ୍ୟ ଲିପ୍ତ ଥିବା ସମସ୍ତଙ୍କ ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।