-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
26-Dec-2023
ବଲାଙ୍ଗିର (ପ୍ରେରଣା ଖବର ): ପଶ୍ଚିମ ଓଡ଼ିଶା କଳା ଏବଂ ସଂସ୍କୃତି ର କେନ୍ଦ୍ରବିନ୍ଦୁ ରୂପେ ପରିଗଣିତ। ଅନେକ ପର୍ବ ପର୍ବାଣୀ ଏଠି ପାଳନ କରାଯାଏ।ଆଉ କିଛିଦିନ ପରେ ମାର୍ଗଶିର ମାସ ବିଦାୟ ହେବ।ଏହା ପରେ ପୂଷମାସ ଆସିବ। ପୁଷ ମାସ ଆସିଲେ ଚାଷୀର ପର୍ବ ଆସେ।ପୁଷ ମାସ ଆସିଲେ ପଶ୍ଚିମ ଓଡ଼ିଶାର ପ୍ରାୟ ଚାଷୀ ଘରେ ମଣ୍ଡା ପିଠା ତିଆରି ଆରମ୍ଭ ହୁଏ ।ବଲାଙ୍ଗୀର ଖୁଜେନପାଲି ନିକଟରେ ଥିବା ଦର୍ଜି ଫାର୍ମ ହାଉସ ଠାରେ ଦର୍ଜି,କ୍ଷତ୍ରିୟ ସମାଜ ପୁଷ ମାସକୁ ସ୍ଵାଗତ କରିବା ଉପଲକ୍ଷେ ମଣ୍ଡା, ପିଠାର ଏକ ବଜାର ବସାଇ ଥିଲେ।ଯେଉଁଥିରେ ଏହି ସମ୍ପ୍ରଦାୟ ର ଝିଅ ବୋହୂ ମାନେ ନିଜ ଘରେ
ବିଭିନ୍ନ ପ୍ରକାରର ମଣ୍ଡା, ପିଠା,ଆରିସା ଇତ୍ୟାଦି ସୁସ୍ୱାଦୁ ମିଷ୍ଟାନ୍ନ ତିଆରି କରି ଏହି ବଜାରରେ ବିକ୍ରି କରି ଆନନ୍ଦ ଉଲ୍ଲାସ ମନାଇଥିଲେ।ସୁଦୂର ଛତିଶଗଡ଼ରୁ ମଧ୍ୟ ଦର୍ଜି ସମ୍ପ୍ରଦାୟରୁ ଆସି ଯୋଗଦେଇ ଖୁସି ଅନୁଭବ କରିଥିଲେ।ପୁସ ମାସର ପୁଷ ପୁନି ଭାଇଚାରାର ଏକ କୃଷଭିତ୍ତିକ ପର୍ବ।ଏଣୁ ଏହି ସମାଜ ନିଜ ଭିତରେ ଭାଇଚାରାର ନିଦର୍ଶନ ସଦୃଷ୍ଟ ନିଜ ନିଜ ଭିତରେ ସୁସମ୍ପର୍କ ଥିବାର ପ୍ରମାଣ ଦେଇ ସାରା ଜିଲ୍ଲାକୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି।