-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
24-Dec-2023
ବଲାଙ୍ଗୀର(ପ୍ରେରଣା ଖବର) ଗାନ୍ଧୀ ଷ୍ଟାଡିୟମ୍ ରେ ଜିଲ୍ଲା ସ୍ତରୀୟ ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀ ଗ୍ରାମ ପଞ୍ଚାୟତ ଉଷାଦେଵୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ
ପାଠ ପଢୁଥିବା ଛାତ୍ରୀ ରୁକୁଣୀ ମଟାରୀ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୬୦୦ ମି. ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ପାଇଛନ୍ତି । ଏହି ସଫଳତା ନିମନ୍ତେ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉଭୟ ରୁକୁଣୀ ଓ ଖେଳ ଶିକ୍ଷକ ତଥା କୋଚ୍ ଋଷଭ ପଧାନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋଚ ଶ୍ରୀ ପଧାନଙ୍କ ଆଗକୁ ରୁକୁଣୀ ଦୌଡ଼ ରେ ଭଲ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି।