-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
27-Jul-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବିନିକା ବ୍ଳକ ଅନ୍ତର୍ଗତ ବାବୁପାଲି ପଞ୍ଚାୟତ ସଦର ବାବୁପାଲି ଗ୍ରାମର ଧରମସିଂ ବଡପଣ୍ଡାଙ୍କ ୭୨ ବର୍ଷ ବୟସରେ ବାଙ୍ଗାଲୋର ସ୍ଥିତ ତାଙ୍କ ପୁତ୍ର ରହୁଥିବା ଅସ୍ଥାୟୀ ଘରେ ଆଜି ଭୋର ସକାଳେ ପରଲୋକ ହୋଇଯାଇଛି।ସ୍ଵର୍ଗତ ଶ୍ରୀ ବଡପଣ୍ଡା ସୋନପୁର ଜିଲ୍ଲା କିସାନ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି କୃଷକ ମାନଙ୍କ ହିତରେ ନିଜକୁ ସମ୍ପର୍ପି ଦେଇଥିଲେ ।ସେହିପରି ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ସଭାପତି,ବାଙ୍କିଘିର୍ଡି ପ୍ରାଥମିକ ସେବା ସମବାୟ ସମିତି ସଭାପତି ଭାବରେ ରହି ଦକ୍ଷତା ସମ୍ପନ୍ନ ଭାବେ ଦାୟିତ୍ଵ ତୁଲାଇ ସମସ୍ତ ଲୋକଙ୍କ ପ୍ରିୟଭାଜନ ହୋଇଥିଲେ।ତାଙ୍କ ବିୟୋଗ ପରେ ସୋନପୁର ଜିଲ୍ଲା କଂଗ୍ରେସର ଅପୁରଣିୟ କ୍ଷତି ଘଟିଛି।ଏପରିକି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କୁ ବେଶୀ ଗୁରୁତ୍ଵ ଦେଇ ଆସୁଥିଲେ ।ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏନେଇ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ଗଭୀର ଶୋକ ପ୍ରକାଶ କରିବା ସହିତ କଂଗ୍ରେସ ଦଳ ପାଇଁ ତାଙ୍କର ଅବଦାନ ଚିର ସ୍ୱରଣୀୟ ହୋଇ ରହିବ ବୋଲି କହିଛନ୍ତି। ବେଙ୍ଗଲୋର ସ୍ଥିତ ଶ୍ଵସାନ ଘାଟରେ ତାଙ୍କର ଅନ୍ତେଷ୍ଟ୍ରିକ୍ରୀୟା ସମ୍ପନ୍ନ ହୋଇଥିଲା । ପୁଅ ବିଦ୍ବାନ ବଡପଣ୍ଡା ମୁଖାଗ୍ନି ଦେଇଥିଲେ।