-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ):ଗତକାଲି ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଯୁବ ସେବାୟତ ଜ୍ଞାନୀ ପୁଝାରୀ ଙ୍କ ବୁର୍ଲା ମେଡିକାଲ ରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି। ଏ ଖବର ରେ ସେବାୟତ,ଭକ୍ତ ଓ କ୍ରୀଡ଼ାପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଶ୍ରୀ ପୁଝାରୀଙ୍କ ମର ଶରୀରକୁ ସୋନପୁରର ବହୁତ୍ ଖେଳ ପ୍ରେମୀ, ଭକ୍ତ, ବୁଦ୍ଧିଜୀବୀ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସ୍ଥାନୀୟ ରାମେଶ୍ବର ଶ୍ମଶାନଘାଟରେ ଶ୍ରୀ ପୁଝାରୀଙ୍କ ଅନ୍ତିମ ସଂସ୍କାର କରା ହୋଇଥିଲା।