-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2023
ସମ୍ବଲପୁର-(ସଂଜୀବପାଣିଗ୍ରାହୀ)-(ଡଙ୍ଗରପଡା): ପୁର୍ବତନ ଶିକ୍ଷକ ଦେବରାଜ ସାହୁଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ପୁରୀର ମାଣିକଗୋଡା ମୂଳ ନିବାସୀ ସ୍ୱର୍ଗତ ସାହୁ ଡଙ୍ଗରପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରିବା ସମୟରେ ଏଠାରେ ଅବସ୍ଥାନ କରି ଆସୁଥିଲେ। ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଅଞ୍ଚଳର ସଭିଙ୍କ ପ୍ରିୟପାତ୍ର ଥିଲେ। ଗଳ୍ପ,କବିତା,ଗୀତ ଲେଖା ସାହିତ୍ୟରେ ମଧ୍ୟ ନିପୁଣତା ରହିଥିଲା। ସମାଜଧର୍ମୀ ସାହିତ୍ୟ ରଚନା କରି ସେ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ସମସ୍ତ ପରିବାର ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ରହିଥିଲେ।ଖବରପାଇଁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ସ୍ୱର୍ଗତ ସାହୁଙ୍କ ସହକର୍ମୀ ଦିଲ୍ଲିପ କୁମାର ପଣ୍ଡା,ସରପଞ୍ଚ୍ ଅୟସକାନ୍ତ ପଣ୍ଡା,ଡା.ରାଜାରାମ ଷଡଙ୍ଗୀଙ୍କ ସମେତ ଅଞ୍ଚଳର ସମସ୍ତ ଶିକ୍ଷକ ଆତ୍ମିୟ ସ୍ୱଜନ ଶେଷ ଦର୍ଶନ କରିଥିଲେ।ଆଜି ସକାଳେ ଶିକ୍ଷକ,ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କ ବିରାଟ ପଟୁଆରରେ ଗ୍ରାମ ରାଜଘାଟରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି। ତାଙ୍କ ପୁତ୍ର ଅରୁଣ ସାହୁ ମୁଖାଗ୍ନି ଦେଇଥିଲେ । ଏହି ଖବରକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।