-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ' ନୂଆ -ଓ' କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି |ଏହି ଆଲୋଚନା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ସଭାପତି ଆସନ ଅଳଙ୍କୃତ କରିଥିବା ବେଳେ ସ୍ବେଛାସେବୀ ସଂଗଠନ ରେଆର ପ୍ରତିଷ୍ଠାତା, ବରିଷ୍ଠ ଓକିଲ ଗୌରୀ ଶ୍ୟାମ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ |ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି,ଯୁକ୍ତ ଦୁଇ ନୋଡାଲ ଅଫିସର ଡ଼ଃ ହିମାଂଶୁ ଶେଖର ପାଢ଼ୀ, ଯୁକ୍ତ ତିନି ନୋଡାଲ ଅଫିସର ଗୀତାଞ୍ଜଳି ପୂଜାରୀ ଯୋଗ ଦେଇଥିଲେ | ଅଧ୍ୟାପିକା ଯାମିନୀ ଦାଶ ସଭାସଂଯୋଜନା କରିଥିବା ବେଳେ ଅଧ୍ୟାପକ ନରେନ୍ଦ୍ର ଝା ଧନ୍ୟବାଦ ଅର୍ପଣ କରିଥିଲେ |ଏହି ପରିପ୍ରେକ୍ଷୀରେ ବକ୍ତାମାନେ ଖାଦ୍ୟ ସୁରକ୍ଷା ଅଧିନିୟମ, କିଣାବିକା ସମୟରେ ଗ୍ରାହକ କିଭଳି ସଚେତନତ କରିବେ, ବିଭିନ୍ନ କିଣା ବିକା ନେଇ ହୋଇଥିବା ସାମ୍ବିଧାନିକ ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା |ଖାଦ୍ୟ ସୁରକ୍ଷା ଉପରେ ଅଧ୍ୟାପିକା ଯାମିନୀ ଦାଶ ଦ୍ୱାରା ଲିଖିତ ଏବଂ ନିର୍ଦେଶିତ 'ଶସ୍ତା ମାଲ ଦରିଆ ଡାଲ' ଛାତ୍ରୀମାନେ ଏକ ନାଟିକା ପ୍ରଦର୍ଶନ କରିଥିଲେ |ଏହି ଅବସରରେ ଛାତ୍ରୀମାନଙ୍କଦ୍ୱାରା ସାଂସ୍କୃତିକ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |