-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ): ସମ୍ବନିତ ଯୁବ ବିକାଶ କାର୍ଯକ୍ରମ ଅନ୍ତର୍ଗତ ଏକ ମେଗା ରକ୍ତଦାନ ଶିବିର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସୋନପୁର ଠାରେ ଅନୁଷ୍ଟିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଦୁର୍ଗାଦତ୍ତ ଦାସ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରି ଥିଲେ । ଏବଂ ଆମେ ଅନ୍ୟକୁ ସବୁବେଳେ କିଛି ଦେବା ଶିଖିବା ଉଚିତ୍ l ତା ଅର୍ଥ କେବଳ ଯେ ଟଙ୍କା ପଇସା ନୁହେଁ , ବିପଦ ବେଳେ ଜଣଙ୍କୁ ସାହସ ଦେବା, ଦୁଃଖ ବେଳେ ସାନ୍ତ୍ଵନା ଦେବା, ଅନ୍ୟ ର ଜୀବନ ବଞ୍ଚାଇବାକୁ ଯେମିତି ଆଜି ଆପଣ ମାନେ ରକ୍ତଦାନ କରି ଛନ୍ତି ବୋଲି ପରାମର୍ଶ କରି ଉତ୍ସାହିତ କରିଥିଲେ l ସରକାରୀ ଆଇ ଟି ଆଇ ର ମୃତୁଞ୍ଜୟ ମହାନ୍ତି , ଶୁଭେନ୍ଦୁ ବେହେରା, ମାନିନୀ ନନ୍ଦ, ଗାୟତ୍ରୀ କାର୍ଗୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଡ଼ା, ଚିତ୍ତରଞ୍ଜନ ତ୍ରିପାଠୀ, ଜଗତ ଦରୁଅନ , ଟିଟୁ ଭୋଇ, ମୁନା ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତଦାତା ଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ।