-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
02-Aug-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହା କଲେଜ ଖେଳପଡିଆ ପାଖ କୁଡାପଡା ରୁ କର୍ଲିପାଟ ଗ୍ରାମ ରାସ୍ତା ର ଉଭୟ ପାର୍ଶ୍ୱ ରେ ହାରାହାରି ୨ ଶହ ଟି ବୃକ୍ଷରୋପଣ କାର୍ଯ୍ୟକ୍ରମ ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଲୋଇସିଂହା ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ ସମେତ ବିଜେପି କାର୍ଯ୍ୟକତା ରାମ ସାହୁ, ଭୁତନାଥ ନାଏକ, ବଂଶୀଧର କାଲସାଏ, ପ୍ରଶାନ୍ତ ବେହେରା, ସୁଦୀପ ସା, ପ୍ରଶାନ୍ତ ସାହୁ, ନିରୋଜ ନାଗ, ରାଜୁ ଷଡ଼ଙ୍ଗୀ, ଯୁବମର୍ଚ୍ଚl ସଭାପତି ଦେବାଶିଷ ବିଶୋଇ, ଗୁରୁଚରଣ ଧୀର, ଗିରିଧାରୀ ସାହୁ, ଶିବ ଅଗ୍ରୱାଲ ସୁରେଶ ପୁଟେଲ , କୈଳାସ ବିଶି ମଣ୍ଡଳ ସଭାପତି ସରୋଜ ସାହୁ, ରଂଜିତ ରାଏ ପ୍ରମୁଖ ଉପସ୍ଥିତ ଥିଲେ l