-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||     

HOME   ଜିଲ୍ଲା

ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଙ୍କ ସହୀଦ ଦିବସ ପାଳିତ।

10-Dec-2023



( କେଶବ ମେହେର)
କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମିତ ଏହି ଆଦିବାସୀ ମଣିଷଟା ନିଜକୁ କନ୍ଧ ସମାଜର ସର୍ଦ୍ଦାର ଭାବେ ବେଶ ଭଲ ଭାବେ ପ୍ରତିପାଦିତ କରିଥିଲେ ।ପିଲାଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରିଥିଲେ ସେ । ସେତେବଳେ ବ୍ରିଟିଶମାନଙ୍କ ଜନସ୍ବାର୍ଥ ବିରୋଧୀ ଭୂରାଜସ୍ବ ଆଇନ ବଳରେ ଚାଷ ଜମି ଉପରେ କର ବସାଯାଇଥିଲା । ବ୍ରିଟିଶ ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୂଚନା ଜାରି କରି ଇଂରେଜମାନେ କନ୍ଧମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ ।
୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଲା, ପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ବିଦ୍ରୋହର ସୂତ୍ରପାତ ହୋଇଥିଲା । ମାଝୀଙ୍କ ନେତୃତ୍ବରେ ୧୮ ୩୭ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଏହି ସଂଗ୍ରାମ ନେଇଥିଲା ଉଗ୍ରରୂପ । ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ । ଏହି ସମୟରେ ରେଣ୍ଡୋ ମାଝୀ ଆଦିବାସୀ ସମ୍ପ୍ରଦାୟକୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ ।

କନ୍ଧମାନେ ପ୍ରଥମେ ମଦନପୁର ରାମପୁର ରାଜାଙ୍କ ବିରୋଧରେ ଯାଇ ଲୁବେନଗଡ଼ଠାରେ ଆକ୍ରମଣ କରିବା ସହ ଧନୁ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧପରାୟଣ ଲେଫ୍ଟନାଣ୍ଟ ମ୍ୟାକନିଏଲ କନ୍ଧମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଏକ କାରାଗାରରେ ବନ୍ଦୀ କରିବା ସହ ରେଣ୍ଡୋ ମାଝୀଙ୍କୁ ୧୮୫୫ ମସିହା ଡିସେମ୍ବର ୧୦ରେ ଗୁଳି କରି ହତ୍ୟା କରିଥିଲେ ମାଟି ମା' ପାଇଁ ଶହୀଦ ଏହି ବୀର ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଦିବାସୀ ମାନେ  ଆଜିର ଦିନରେ ଆଦିବାସୀ ଦିବସ ପାଳନ କରିବା ସହ ରେଣ୍ଡୋ ମାଝୀଙ୍କ ସହିଦ ଦିବସ ପାଳନ କରି ଆସୁଛନ୍ତି। ଦେଶମାତୃକା ପାଇଁ ଜୀବନକୁ ଜଳାଞ୍ଜଳି ଦେଇଥିବା ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଆଜି ପବିତ୍ର ସହିଦ ଦିବସ କୁ ନେଇ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ସହିଦ ରେଣ୍ଡୋ ଙ୍କ ୧୬୮ ତମ ସହୀଦ ଦିବସ ପାଳନ  କରାଯାଇଛି। ଭବାନୀପାଟଣା ଟାଉନ ହଲ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଆଦିବାସୀ।ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ନାଚଗୀତ ରେ ବାହାରି ସହର ପରିକ୍ରମା କରିବା ସହ ଜେଲ ଛକ ଠାରେ ଥିବା ସହୀଦ ରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଟାଉନ ହଲ ଠାରେ ସହୀଦ ସଭା ଅନୁଷ୍ଟିତ ହୋଇଥିଲା। ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026

You Might Also Like