-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2023
ରୁପ୍ରାରୋଡ (ସଞ୍ଜିବ ଦାସ )
ଆଜି ରବିବାର ସକାଳ ୬ ଘଣ୍ଟା ସମୟରେ ନର୍ଲା ରେଞ୍ଜ ଅନ୍ତର୍ଗତ ଆମ୍ ପଡ଼ା ଗ୍ରାମ ନିକଟରେ ପ୍ରାୟ ୧୨ ଗୋଟି ଜଙ୍ଗଲି ହାତୀ ପଲ ଆସି କାନ୍ଦୁଲ ଏବଂ କପା ଚାଷ କୁ ନଷ୍ଟ କରୁଥିବା ବେଳେ ଖବର ପାଇ ନର୍ଲା ବନବିଭାଗ ରେଞ୍ଜର ପ୍ରଶାନ୍ତ ପାଲ ଙ୍କ ନେତୃତ୍ଵ ରେ ଏକ ଟିମ୍ ପହଞ୍ଚି ହାତୀପଲ ଙ୍କୁ ଘୋଡାଉଥିବା ସମୟରେ ରେଞ୍ଜର ପ୍ରଶାନ୍ତ ପାଲ୍ ଙ୍କୁ ଏକ ହାତୀ ଅଚାନକ ଆକ୍ରମଣ କରିଥିଲା।ଫଳରେ ଶ୍ରୀଯୁକ୍ତ ପାଲ୍ ଙ୍କୁ ସ୍ଥାନୀୟ ଲୋକେ ଚେତାସୁନ୍ୟ ଗୁରୁତର ଭାବେ ଉଦ୍ଧାର କରି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ ଏବଂ ଡାକ୍ତର ଖାନରେ ଶ୍ରୀ ପାଲ୍ ଙ୍କ ସ୍ତ୍ରୀ ଓ ଝିଅ ପହଞ୍ଚି ଥିଲେ କିନ୍ତୁ ଦୁଃଖର ବିଷୟ ନର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରେଞ୍ଜର ଶ୍ରୀଯୁକ୍ତ ପାଲ୍ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ନର୍ଲା ମେଡିକାଲ ପକ୍ଷ ରୁ ସୂଚନା ମିଳିଛି ଏବଂ ପୋଲିସ ଓ ବନ ବିଭାଗର ମିଳିତ ଉଦ୍ୟମରେ ଶ୍ରୀ ପାଲ୍ ଙ୍କ ମୃତ ଦେହ ପୋଷ୍ଟ ମଟମ ପାଇଁ ମ ରାମପୁର କୁ ପଠାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି