-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2023
ବୌଦ୍ଧ(ଜୟାନନ୍ଦ ମିଶ୍ର ): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବୌଦ୍ଧ ଜ଼ିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୧୯.୧୨.୨୦୨୩ ତାରିଖରେ ବୌଦ୍ଧ ଟାଉନ ହଲ ଠାରେ ଓ ୨୦.୧୨.୨୦୨୩ ତାରିଖରେ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (Junior College), ବାଉଁଶୁଣୀ ଠାରେ ସକାଳ ୧୦ ରୁ ଅପରାହ୍ନ ୦୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଜ଼ିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଗଠିତ ନିଯୁକ୍ତି ମେଳା ତଦାରଖ କମିଟିର ବୈଠକ ଆଭାସୀ ମାଧ୍ୟମରେ ଆଜି ବୌଦ୍ଧ ଉପଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି I ଭକ୍ତ ମେଳାରେ ୫ମ ଶ୍ରେଣୀ ପାସ ଓ ତଦୁର୍ଦ୍ଧ ସ୍କୁଲ, କଲେଜ ଏବଂ ଆଇ.ଟି.ଆଇ., ଜିପ୍ଲୋମା ପାସ କରିଥିବା ଏବଂ ଅଧାରୁ ପାଠପଢା ଛାଡିଥିବା ୧୮ ବର୍ଷରୁ ୩୫ ବର୍ଷର ଯୁବକ ଯୁବତୀ ବେସରକାରୀ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଓ ପ୍ରଶିକ୍ଷଣ ନିମନ୍ତେ ଅଂଶଗ୍ରହଣ କରିପାରିବେ । ମେଳାରେ ଜିଲା, ରାଜ୍ୟ ଓ ରାଜ୍ୟ ବାହାରୁ ନିଯୁକ୍ତିଦାତା ଓ ଦକ୍ଷତା ବୃଦ୍ଧି ତାଲିମଦାତାମାନେ ଯୋଗଦେବାର କାର୍ଯକ୍ରମ ରହିଛି ।