-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2023
ବଲାଙ୍ଗିର, କବି ,ସଂସ୍କୃତି ଗବେଷକ ଡକ୍ଟର ସଂଜୟ କୁମାର ମିଶ୍ର ଙ୍କ ମାତା ଶ୍ରୀମତୀ ଶାନ୍ତିଲତା ମିଶ୍ର ଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶ୍ରୀମତୀ ମିଶ୍ର ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତାର ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିଲେ। ମୃତ୍ଯୁଶଯ୍ୟା ନିକଟରେ ବଡପୁଅ ମନୋଜ କୁମାର ମିଶ୍ର, ବୋହୁ ମୀନା ଦାଶ,ସାନପୁଅ ସଂଜୟ କୁମାର ମିଶ୍ର, ବୋହୁ ସୁନନ୍ଦା ରଥ,ଝିଅ କଳ୍ପନା ଓ ଜ୍ବାଇଁ ବସନ୍ତ କୁମାର ତ୍ରୀପାଠୀ ,ନାତି ନାତୁଣୀ ଓ ପରିବାରର ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ଥିଲେ। ସ୍ଥାନୀୟ ବିଭୁତି ପଡା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡପୁଅ ମନୋଜ ମୁଖାଗ୍ନି ଦେଇଥିଲେ।
ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶ୍ରୀମତୀ ଶାନ୍ତିଲତା ଙ୍କ ଭାଇ ଡକ୍ଟର ଶ୍ରୀକର ମିଶ୍ର, ଡାକ୍ତର ସିଦ୍ଧେଶ୍ଵର ମିଶ୍ର, ପ୍ରଭାକର ମିଶ୍ର,ଡାକ୍ତର ପରମେଶ୍ବର ମିଶ୍ର, ଭାସ୍କର ମିଶ୍ର,ଇଂ ନାରାୟଣ ପ୍ରସାଦ ମିଶ୍ର, ସପରିବାର ଉପସ୍ଥିତ ହେବାସହ ଶେଷ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଲୋଟସ ଷଡଙ୍ଗୀ,ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସନ୍ଦୀପ କୁମାର କୁଅଁର, ଅରୁଣ କୁମାର ମିଶ୍ର, ସୁଦୀପ ଗୁରୁ, ଯୁଧିଷ୍ଠିର ମେହେର, ଅରୁଣ କୁମାର ଖୁଆସ,ନରେଶ ସାହୁ ,କୁନୁମେହେର , ଜଗୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀମତୀ ମିଶ୍ର ଜଣେ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ବିୟୋଗ ରେ ଅନେକ ଶୋକ ପ୍ରକାଶ କରିଛନ୍ତି।