-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
06-Dec-2023
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି ): :ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘର ନୂତନ କର୍ମକର୍ତା ଚୟନ ନିମନ୍ତେ ବୁଧୁବାର ଚାରିଛକ ବନ ବିଶ୍ରାମଗାରରେ ସାମ୍ବାଦିକ ନରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତିକ୍ରମେ ସଂଘର ଉପଦେଷ୍ଟା ଭାବେ ସୁରେନ କୁମାର ପ୍ରଧାନ, ରତ୍ନାକର ବେହେରା, ସଭାପତିଭାବେ ନରେନ୍ଦ୍ର କୁମାର ସାହୁ, ଉପସଭାପତି ଭାବେ ପ୍ରିତିରଞ୍ଜନ ଦାସ, ସମ୍ପାଦକ ଭାବେ ତୁଷାରକାନ୍ତ ସାହୁ, ସହ ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ବିଶି,
କୋଷାଧ୍ୟକ୍ଷ ଭାବେ ସଚିନ୍ଦ୍ର କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ସଭ୍ୟ ଅଜିତ କୁମାର ବାରିକ, ସୋମ୍ୟରଞ୍ଜନ ସାହୁ, ଶ୍ରୀନିବାସ ସାହୁ,ମାନସ କୁମାର ମହାରଥା, ଜଗନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ହାତକୁ ନିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହା ସହିତ ସଂଘ ନୂତନ କାର୍ଯ୍ୟାଳୟ ସାଙ୍ଗକୁ ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ସାମ୍ବାଦିକ ମାନଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରାଯଇଥିଲା । ଶେଷରେ ସୋମ୍ୟ ରଞ୍ଜନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।