-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
06-Dec-2023
ବୀରମହାରାଜପୁର , (ବିନୋଦ ପାଣ୍ଡେ ): ରାଜ୍ୟରେ ପ୍ରତିଭାଧାରୀଙ୍କ ଅଭାବ ନାହିଁ । ତେବେ ସୁଯୋଗ ଅଭାବରୁ ସବୁ ପ୍ରତିଭା ଲୋକ ଲୋଚନକୁ ଆସି ପାରୁ ନଥିଲେ । ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ନୂଆ - ଓଡିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସମସ୍ତ ପ୍ରତିଭାଧରୀଙ୍କୁ ଅପୂର୍ବ ସୁଯୋଗ ପ୍ରଦାନ କରିବ । ବଣ ମଲ୍ଲି ଆଉ ବଣରେ ମଉଳି ଯିବ ନାହିଁ, ସବୁ ପ୍ରତିଭା ଲୋକଲୋଚନକୁ ଆସିବା ଦରକାର ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ନୂଆ - ଓଡିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ବୁଧବାର ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ, ପରିଚାଳନା ସମିତି ସଭାପତି ସ୍ଵୟମ୍ଭୁନଥ ଖଣ୍ଡଗିରି, ଜିଲ୍ଲା ନୋଡାଲ ଅଫିସର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ତିନି ନୋଡାଲ ଅଫିସର ଗୀତାଞ୍ଜଳି ପୁଝାରୀ ଓ ଯୁକ୍ତ ଦୁଇ ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢ଼ୀ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଡ. ବନ୍ଦିତା ବିଶ୍ଵାଳ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଅଧ୍ୟାପିକା ହରପ୍ରିୟା ମହାପାତ୍ର । ସଭା ପ୍ରାରମ୍ଭରେ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଓ ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ଏହି ଉତ୍ସବରେ ସହସ୍ରାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ନୂଆ - ଓଡିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଓଡ଼ିଶା ମୋ ପରିବାର ସହଯୋଗରେ ମହାବିଦ୍ୟାଳୟ ଆନୁକୁଲ୍ୟରେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ ଜଣ ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତାଙ୍କୁ ମାନ ପତ୍ର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।