-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ପାଟଣାଗଡ଼(ପୂର୍ଣ୍ଣ ଶଶୀ ଶେଖର ରାଓ): ଆଜି ସାରା ରାଜ୍ୟରେ ଭିନ୍ନକ୍ଷମ ଦିବସ ପାଳନ କରାଯାଉଥିବା ବେଳେ ସେହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ବେଲପଡା ସ୍ଥିତ କିର୍ତନ୍ୟ ମେହେର ଏମ୍,ଇ ସ୍କୁଲ୍ ରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚତୁର୍ଭୁଜ ମିର୍ଧା ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ବି, ଆର୍,ସି,ସି ହରେକୃଷ୍ଣ ବାରିକ ,କାନୁଟ ସି, ଆର୍,ସି ସି ଲୋହିତ ଗଡତ୍ୟା, କନ୍ଧେନଝୁଲା ସି, ଆର୍, ସି, ସି ପ୍ରଦୀପ ସିଂ ବାବୁ, ମଣ୍ଡଳ ସି ଆର ସି ସି ଦିନବନ୍ଧୁ ତାଣ୍ଡି ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ଅଞ୍ଚଳ ର ୧୦୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୦୬ ଜଣ ଅଭିବାବକ ଯୋଗଦାନ କରିଥିଲେ। ବି ଆର୍ ସି ରାଜପ୍ରସାଦ ମହାଳିଙ୍ଗ ଓ ନେତ୍ରାନନ୍ଦ ମେହେରଙ୍କ ସହିତ ଶିକ୍ଷୟିତ୍ରୀ ହାରାବତୀ
ପ୍ରଧାନ,ଟିକେଶ୍ବରୀ ମିର୍ଧା, ପାଣ୍ଡବ ତାଣ୍ଡି, ଆଶୁତୋଷ ଠାକୁରଙ୍କ ସହାୟତା ରେ ଉକ୍ତ କାର୍ଯ୍ୟକ୍ରମଟି ସାଫଲ୍ୟ ହୋଇଅଛି। ରାଜପ୍ରାସାଦ ମହାଳିଙ୍ଗ ଓ ନେତ୍ରାନନ୍ଦ ମେହେର ନିଜସ୍ଵ ଖର୍ଚ୍ଚରେ ଶୀତଦିନ ଚାଲିଥିବା ହେତୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ କମ୍ବଳ ବଣ୍ଟନ କରିଥିବା ବେଳେ ଅଭିବାବକ ମହଳରେ ପ୍ରଶଂସାର ପାତ୍ର ହୋଇଛନ୍ତି।