-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଆଦର୍ଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି | ଉଦଘାଟିନୀ ଉସ୍ତବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଫକୀର ଚରଣ ଭୋଇ ଯୋଗ ଦେଇ ପ୍ରଦୀପ ପ୍ରଜୁଳନ କରି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ କିପରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାହେବ ସେ ବିଷୟରେ ଉପସ୍ଥିତ ସମସ୍ତ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ମୋଟ ୨୦୦ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଓ ଅଭିବାବକ ଯୋଗ ଦେଇଥିଲେ | ଦିବ୍ୟାଙ୍ଗ ପିଲା ମାନଂକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା | ଉଦଯାପିନୀ ସମାରୋହ ରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ମିଶ୍ର ଯୋଗଦେଇ ଦିବ୍ୟାଙ୍ଗ ଶିଶୁଙ୍କୁ ଅଭିନନ୍ଦନ ଜଣାଇ ସବୁ ପ୍ରତିଯୋଗୀ ଓ କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କାର ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ଦରୱାନ ଓ ବୁଦ୍ଧଦେବ ସା , ସଂଯୋଜନା କରିଥିବା ବେଳେ ବ୍ରୁତାନନ୍ଦ ଭୋଇ,ସଂଜୀବ ନାଗ,ଉମାକାନ୍ତ ମିଶ୍ର, ଧ୍ରୁବ ଚରଣ ବାଗ, ହରିହାର ସା , ରଞ୍ଜନ କୁମାର ସା,ମିଳନ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ ଓ ସମସ୍ତ ଆଇଭି ସହଯୋଗ କରିଥିଲେ |