-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ନବରଙ୍ଗପୁର(:ମିହିର ଶଙ୍କର ପାତ୍ର,)
ଦୀର୍ଘ ୧୭ ଦିନ ର ସଂଘର୍ଷ ପରେ ୪୧ ଜଣ ଶ୍ରମିକ କୁ ଉଦ୍ଧାର କରା ଯାଇଥିଲା। ୪୧ ଜଣ ଙ୍କ ମଧ୍ୟରେ ତାଲବେଡା ଗାଁ ର ଭଗବାନ ଭତ୍ରା ମଧ୍ୟ ଜୀବନ ସହ ସଂଘର୍ଷ କରିଥିଲେ।କାଲି ଡାବୁଗାଁ ବ୍ଲକ ଅନ୍ତର୍ଗତ ତାଲବେଡା ଗାଁ ଭଗବାନ ଭତ୍ରା ଘରକୁ ଫେରିଛନ୍ତି। ନିଜ ପୁତ୍ର କୁ ପାଇ ଗାଁ ଉତ୍ସବ ମୁଖର। ଗାଁ ରେ ଖେଳିଛି ଆନନ୍ଦ ର ଲହରୀ। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ସହ ନିଜ ଘରେ ସାକ୍ଷାତ କରିଛନ୍ତି ଭଗବାନ ଭତ୍ରା। ସେ ନିଜ ଅନୁଭୂତି କୁ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କ ସମ୍ମୁଖ ରେ ବର୍ଣ୍ଣନା କରିଛନ୍ତି। ହିନ୍ଦୁ ମହାସଂଘ ପ୍ରମୁଖ କହିଛନ୍ତି ଏହି ଆନନ୍ଦ ର ମୁହୁର୍ତ୍ତ କୁ ଭାଷାରେ ବ୍ୟକ୍ତ କରିବା ସଂଭବ ନୁହେଁ