-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
ନବରଙ୍ଗପୁର:- (ମିହିର ଶଙ୍କର ପାତ୍ର,) ମାଝିଗୁଡ଼ା ଗ୍ରାମ ପଞ୍ଚାୟତ ଅନତର୍ଗତ ଲୋଦି ଗ୍ରାମର ବୃଦ୍ଧ ମାଧବ ଗୌଡ଼ ନିକଟରେ ଥିବା ଜଙ୍ଗଲରେ କାଠ ଯାଇଥିଲେ।ଜଙ୍ଗଲ ଭିତରେ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଥିବା ଖବର ଶୁଣି ବିଜୁ ଜନତା ଦଳର ପଞ୍ଚାୟତ ଯୁବ ସଭାପତି ଶ୍ରୀଯୁକ୍ତ ବେଣୁ ପାତ୍ର ଗ୍ରାମ ବାସିଙ୍କ ସହ ଯାଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଫୋନ୍ କରି ମେଡିକାଲରେ ପଠାଇବା ବ୍ୟବସ୍ଥା କରାଇଥିଲେ । ଏବଂ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ। ମୈଦଲପୁର ଅଂଚଳରେ ବାରମ୍ବାର ଭାଲୁ ଆକ୍ରମଣରେ ସାଧାରଣ ନିରୀହ ଜନତା ଆହତ ହେଉଛନ୍ତି ।ଲକଙ୍କୁ ସଚେତନ କରିବାପାଇଁ ବନବିଭାଗ ପଦକ୍ଷେପ ନେବା ଆବଶ୍ୟକ ଅଛି।