-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦଘାଟିତ ହୋଇଛି।ଏହି ଅବସରରେ କର୍ଲାମୁଣ୍ଡା ପାଣି ପଞ୍ଚାୟତ ପଡ଼ିଆ ରେ ଧାନ କ୍ରୟ ପାଇଁ ପ୍ରସ୍ତୁତ ହୋଇ ଥିବା ଧାନ ମଣ୍ଡି କୁ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ , କର୍ଲାମୁଣ୍ଡା ବ୍ଲକ ଆଦିବାସୀ ଯୁବ ନେତା ତଥା ଚାଷୀ ନେତା ନନ୍ଦି କିଶୋର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସମବାୟ ସମିତି ର ସମ୍ପାଦକ ଭବାନୀ ଶଙ୍କର ସାହୁ ଯୋଗ ଦେଇ ମଣ୍ଡି ଉଦଘାଟନ କରିବା ସହ ଚାଷୀ କିପରି ସୁବିଧା ରେ ଧାନ ବିକ୍ରି କରିପାରିବେ ସେ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେଡିଇଓ ଅଚିନ ଅନୁଭବ ଷଡ଼ଙ୍ଗୀ, ,ଆର ଏମସି କର୍ମଚାରୀ ବିଜୟ କୁମାର ସାହୁ, ଅକ୍ଷୟ କୁମାର ସାହୁ,ସମିତିର କର୍ମଚାରୀ ଡାଇରେକ୍ଟର,ମିଲର୍ସ ଏଜେଣ୍ଟ ଓ ଚାଷୀ ମାନେ ଉପସ୍ଥିତ ଥିଲେ। ଠିକ ସେହିପରି ରିଷିଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ମଧ୍ୟ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ତେବେ ବ୍ଲକ ରେ ଥିବା ୩ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ୬୩୩୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ଜଣାପଡିଛି!