-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଜୋରାଡବରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳନ ହେଇଯାଇଛି।ଏହି ଅବସରରେ ଆୟୋଜିତ ସଭା ରେ ପରିଚାଳନା ସମିତିର ସଭାପତି ଶିବରାମ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଶିକ୍ଷା ବିକାଶ ସମିତି ର ସହ ଜିଲ୍ଲାପ୍ରମୁଖ ମନ୍ନ୍ମଥ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବ୍ଲକ ଅଧକ୍ଷ୍ୟା କୁନି ସାହୁ,ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିର ଏକ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ସମିତି ର ସମ୍ପାଦକ କ୍ଷୀରୋଦ ବଡମାଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚର୍ଯ୍ୟ କୈଳାସ ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ ଓ କୋଷାଧ୍ୟକ୍ଷ ସୁମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ସମିତି ର ଭାଇ ଭଉଣୀ ମାନଙ୍କ ଦ୍ଵାରା ପରିବେଷିତ ନାଟକ ଦର୍ଶକ ମାନଙ୍କ ମନ ମୋହିଥିଲା ।ଏଥିରେ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା, ପରିଚାଳନା ସମିତି ର ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା ମାନେ ସହଯୋଗ କରିଥିଲେ।