-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡା ଥାନା ପକ୍ଷରୁ ଆରମ୍ଭ ହେଲା ଗ୍ରୀନ ସୁଇପ ଅଭିଯାନ। ଅବକାରୀ ବିଭାଗ ଓ ଜଙ୍ଗଲ ବିଭାଗର ଅପାରଗତା ଯୋଗୁଁ ଶେଷରେ ପୋଲିସକୁ କରିବାକୁ ପଡ଼ିଲା ଗଞ୍ଜେଇ ଗଛ କଟା ଅଭିଯାନ। ଶୁକ୍ରବାର ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଘଣ୍ଟାପଡା ପୁଲିସ ସଦଳବଳ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଖେତା ଗ୍ରାମ ଜଙ୍ଗଲରେ ଚଢ଼ାଉ କରିଥିଲେ l ସେଠାରେ ପ୍ରାୟ ୫ ଏକର ପରିମିତ ଜାଗାରେ ବେଆଇନ ଭାବେ ଲଗାଯାଇଥିବା ୧୫
ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଦେଇଛନ୍ତି ପୁଲିସ ବାହିନୀ। ଉକ୍ତ ଚଢ଼ାଉରେ ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସଆଇ ବିଶ୍ଵାମିତ୍ର ଲୋଇ, କନଷ୍ଟେବଳ ଶଶାଙ୍କ ଶେଖର ସାହୁ, ଏସ ମିର୍ଦ୍ଧା, ହୋମଗାର୍ଡ ଶିରିଧାରୀ ମାଝୀ, ଜଳେଶ୍ୱର କୁମ୍ଭାର ଓ ଆଇଆରବିର ଜବାନ ସାମିଲ ହୋଇଥିଲେ