-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
04-Oct-2020
Delhi,04/10- ଉତ୍ତର ପ୍ରଦେଶ ହାଥରସ ଘଟଣାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ହାଥରସର ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ସପକ୍ଷରେ ଶତାଧିକ ଲୋକ ମେଳି କରିଛନ୍ତି। ସେମାନେ ପୀଡ଼ିତାଙ୍କ ଘର ପାଖରେ ଏପରି ମେଳି କରି ମୁଖ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ନାରାବାଜୀ କରିଛନ୍ତି। ଏଥିସହ ସେମାନେ ଅଭିଯୁକ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ଫରେନ୍ସିକ ସାଇନ୍ସ ଲ୍ୟାବରୁ ଶବବ୍ୟବଚ୍ଛେଦ ରିପୋର୍ଟରେ ଯୁବତୀଙ୍କ ସହ କୌଣସି ପ୍ରକାରର ଦୁଷ୍କର୍ମ ହୋଇ ନଥିବା ଖବର ମିଳିବା ପରେ ଉଚ୍ଚ ଜାତିର ଲୋକମାନେ ଏଭଳି ମେଳି କରିଛନ୍ତି। ସେପ୍ଟେମ୍ବର ୧୪ରେ ୪ ଜଣ ଉଚ୍ଚ ଜାତିର ଯୁବକ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା!