-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
କେସିଙ୍ଗା,(କେଶବ ମେହେର ) ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ସାରା ରାଜ୍ୟରେ ସମସ୍ତ ଜିଲ୍ଲା ରେ ସମସ୍ତ ଯୁବ ଛାତ୍ର ଜନତା ଦଳ ର ପଦାଧିକାରୀ ଓ କର୍ମକର୍ତା ଙ୍କୁ ନେଇ ଅନୁଷ୍ଠିତ ହେଉଛି l ଆଜି କଳାହାଣ୍ଡି ଜିଲ୍ଲା ରେ ଭବାନୀପାଟଣା ଟାଉନ ହଲ ଠାରେ ଏହାକୁ ଆଧାର କରି "ମୁଁ ହେବି ନବୀନ ଓଡିଶା ର ସାରଥୀ "କାର୍ଯ୍ୟକ୍ରମ ଯୁବ ଛାତ୍ର ମାନଙ୍କୁ ନେଇ ହୋଇଯାଇଛି l ଆଗାମୀ ନିର୍ବାଚନ ରେ କିଭଳି ଯୁବ ଛାତ୍ର ମାନଙ୍କ ଭୂମିକା ମୁଖ୍ୟ ରୂପ ନେବ ଏବଂ ନିର୍ବାଚନ ର ରୂପରେଖ କୁ କ୍ରିୟାଶୀଳ କରି ବିଜୁ ଜନତା ଦଳ ର ସଂଗଠନ କୁ କିଭଳି ଦୃଢ଼ୀଭୂତ କରାଯିବ ସେନେଇ ରାଜ୍ୟ ପଦାଧିକାରୀ ଗଣ ଯୋଗଦେଇ ସମସ୍ତଙ୍କୁ କର୍ଣ୍ଣମନ୍ତ୍ର ପ୍ରଦାନ କରିଥିଲେ l
ଉକ୍ତ ଯୁବ ଛାତ୍ର ସମାବେଶ ରେ ରାଜ୍ୟ ଯୁବ ସଭାପତି, ଡକ୍ଟର ବ୍ୟମକେଶ ରାଏ , କଳାହାଣ୍ଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପୁଷ୍ପେନ୍ଦର ସିଂହ ଦେଓ କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ଼ ବିଧାୟକ ବା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର , ରାଜ୍ୟ ଯୁବ ବ୍ୟାପାର ସଭାପତି ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତ ରାଏ , ରାଜ୍ୟ ଛାତ୍ର ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରି ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୈlଶୁଧି ବାଗ, ,କଳାହାଣ୍ଡି ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ଆଦିତ୍ୟ ନନ୍ଦ,ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ମଣ୍ଟୁ ନାଏକ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ନାଏକ , ଶ୍ରୀଯୁକ୍ତଧୃତି ମାର୍ଥା ,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ନାୟକ,ରାଜ୍ୟ ଛାତ୍ର ଉପସଭାପତି ଶ୍ରୀଯୁକ୍ତ ଅଭିଷେକ ମହାପାତ୍ର,ବଲାଙ୍ଗୀର ଜୋନ ଛାତ୍ର ସଭାପତି ଶ୍ରୀଯୁକ୍ତ ଚିରଙ୍ଗ ସିଂ ଦେଓ, ଜିଲ୍ଲା ଛାତ୍ର ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ସାହୁ ମଞ୍ଚାସିନ ହୋଇ ନବୀନ ବାର୍ତ୍ତାକୁ ସମସ୍ତଙ୍କୁ ଅବଗତ କରାଇଥିଲେ lଏହି ବିଶାଳ ଯୁବ ଛାତ୍ର ସମାବେଶ ରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ନାଏକ, ଶ୍ରୀଯୁକ୍ତ ଅନାମ ନାଏକ, ଜିଲ୍ଲା ବରିଷ୍ଠ ଉପସଭାପତି ଗଣ, ମହିଳା ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ,ସମସ୍ତ ବ୍ଲକ ସଭାପତି ଗଣ, ନଗର ଯୁବ ସଭାପତି, ଭବାନୀପାଟଣା କାଉନସିଲ ସଦସ୍ୟ ସଦସ୍ୟା, ସମସ୍ତ ଆଇଟି ସଂଯୋଜକ ଉପସ୍ଥିତ ଥିଲେ l