-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2023
ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ଚଳିତ ଖରିଫଋତୁରେ ଆଜିଠାରୁ ମଣ୍ଡିଖୋଲି ଧାନକିଣା ଆରମ୍ଭ ହୋଇଯାଇଛି । ଆଜି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଲୋଇସିଂହା ବ୍ଲକର କନ୍ଦାଜୁରି ପେକ୍ସରେ ଧାନିକିଣାର ଶୁଭାରମ୍ଭ କରିଛନ୍ତି । ଆଜି ସକାଳ ୧୦ଟାରେ ପ୍ରଥମେ ପେକ୍ସରେ ପୂଜାର୍ଚ୍ଚନା କରି ଧାନକିଣାର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ସମବାୟ ବିଭାଗର ଡିଆରସିଏସ ଡ.ଦମୟନ୍ତି ସିଂ,ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ର,ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ସୁଭାଷ ବେହେରା,ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ପ୍ରକାଶ୍ୟ ଯେ,ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାରେ ୮୯୦୦୦ ଚାଷି ଧାନବିକ୍ରୀ ପାଇଁ ପଞ୍ଜିକରଣ କରାଇଛନ୍ତି । ଜିଲ୍ଲାର ୧୫୮ଟି ପେକ୍ସ ଓ ୧୭ଟି ଏସଏଚଜି ଜରିଆରେ ଧାନକିଣା ହେବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାର ୫୮ଟି ଉଷୁନା ରାଇସମିଲ ଓ ୭ଟି ଅରୁଆ ରାଇସମିଲ ମଧ୍ୟ କଷ୍ଟମମିଲିଂରେ ସାମିଲ ହେଉଥିବା ସୂଚନା ମିଳିଛି । ଗତବର୍ଷ ଜିଲ୍ଲାରେ ୩୩ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତବର୍ଷ ୩୫ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡିଆରସିଏସ ଡ.ସିଂ ସୂଚନା ଦେଇଛନ୍ତି ।