-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2023
ନବରଙ୍ଗପୁର(:ମିହିର ଶଙ୍କର ପାତ୍ର,)
-ଡାବୁଗାଁ ବ୍ଲକ ସଦର ମହାକୁମ ରେ ଥିବା ମିଶନ ଶକ୍ତି ଗୃହର ଆଜି ଗୃହ ପ୍ରବେଶ କଲେ ଡାବୁଗାଁ ପଞ୍ଚାୟତ ଅଧୀନରେ ଥିବା ସାୟଂସହାୟତ ଗୋଷ୍ଠିର ମହିଳା ମାନେ। ଏହି ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ପଞ୍ଚାୟତ ସମ୍ପାଦିକା ପ୍ରିୟଦର୍ଶିନୀ ପାତ୍ର(ମିକି), ସଭାପତି ଭାରତୀ ମାଝୀ,ଏମବିକେ ପ୍ରିୟଦର୍ଶିନୀ ପାତ୍ର(ପ୍ରୀତି),ସିଆରପି ମାନେ ଯଥା ନିହାରୀକା ମିଶ୍ର,ଶାନ୍ତି ଵିଶୟୀ,ମଧୁସ୍ମିତା ବିଶୟୀ,ରହିଣୀ ମାଝୀ,ତତସଂଗେ ସଂଗେ ଈସି ମେମ୍ବର ପୂର୍ବାଭତ୍ରା,ଲକ୍ଷ୍ମୀ ଜାନୀ ଏବଂ ସ୍ଵୟଂସହାୟତା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ବହୁଦିନରୁ ମଦୁଆଙ୍କ ଆଡା ସ୍ଥଳୀ ପାଲଟି ଥିବା ମିଶନ ଶକ୍ତି ଗୃହକୁ ନିଜସ୍ୱ ପଇସାରେ ସଫା କରି ଆଜି ଗୃହ ପ୍ରବେଶ କରିଲେ।ମିଶନଶକ୍ତି ଗୃହ ଚାରିପଟେ ଅଳିଆ ଆବର୍ଜନା ପଡିରହିଥିଲ ସଫାକରି ତାର ବାଡ଼ ତିଆରି କରିଛନ୍ତି।କିନ୍ତୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେଇ ସ୍ଥାୟୀ ପାଚେରୀ ନିର୍ମାଣ କଲେ ଆଗାମୀ ଦିନରେ ମହିଳା ମାନଙ୍କ ବିଭିନ୍ନ ମିଟିଙ୍ଗ ତଥା ଅନ୍ୟାନ୍ୟ କାମ କରିବାକୁ ସୁବିଧା ହଇଥାନ୍ତା ବଲି ସ୍ୱୟଂସହାୟତା ଗୋଷ୍ଠିର ମହିଳା ମାନେ ମତବ୍ୟକ୍ତ କରିଛନ୍ତି।