-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ଆଗଲପୁର, (ବିନୋଦ କୁମାର ଦୀପ) ରାଜ୍ୟ କୋଶଲେଶ୍ବର ମାଲି ସମାଜ ତରଫରୁ ଆଗଲପୁର ବ୍ଲକ ଅନ୍ତର୍ଗତ ବାଗଝୋଲା ଗ୍ରାମ ରେ ସ୍ଵର୍ଗତ ମହାଜନ ପୁଟେଲ ଙ୍କ ଆତ୍ମାର ସତଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା କୋଶଲେଶ୍ବର ମାଲି ସମାଜର ସଭାପତି କାର୍ତ୍ତିକ ପୁଟେଲଙ୍କ ସଭାପତିତ୍ତ ରେ ଅନୁଷ୍ଠିତ ସଭାର ମୁଖ୍ୟ ଅତିଥି ପୂର୍ବତନ ରାଜ୍ୟ ସମ୍ପାଦକ ଲାଲ ମୋହନ ପୁଟେଲ, ରାଜ୍ୟ ଉପସଭାପତି ଜପ ପୁଟେଲ ବଲାଙ୍ଗୀର ଜିଲ୍ଲା ଉପସଭାପତି ସୁବାଷ ପୁଟେଲ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପୁଟେଲ, ଆଗଲପୁର ଅଥଁଳ ସମ୍ପାଦକ ଆର୍ତ୍ତତ୍ରାଣ ପୁଟେଲ, ଅବସରପ୍ରାପ୍ତ ଅଧ୍ୟାପକ ତେଜରାଜ ପୁଟେଲ, କୁଳମଣି ପୁଟେଲ, ବାନାମ୍ବର ପୁଟେଲ , ହେମନ୍ତ ପୁଟେଲ , ଏକାଦଶୀଆ ପୁଟେଲ, ଡୁଙ୍ଗୁରିପାଲି ଅଥଁଳ ଉପସଭାପତି ବିଶ୍ବାମିତ୍ର ପୁଟେଲ, ସମ୍ପାଦକ ରାମଚନ୍ଦ୍ର ପୁଟେଲ,ସ୍ଵର୍ଗତ ମହାଜନ ପୁଟେଲଙ୍କ ପୁତ୍ର ମହାଦେବ, ଡାକ୍ତର ଓ ସୁବାଷ ଯୋଗଦେଇ ସ୍ଵର୍ଗତ ମହାଜନ ପୁଟେଲଙ୍କ ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ରାଜ୍ୟ ଉପସଭାପତି ଲାଲମୋହନ ପୁଟେଲ ବଲାଙ୍ଗୀର ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲ ଉପସଭାପତି ସୁବାଷ ପୁଟେଲ ସ୍ବର୍ଗତ ମହାଜନ ପୁଟେଲଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଶରତଚନ୍ଦ୍ର ପୁଟେଲ ସଭା ପରିଚାଳନା କରିଥିଲେ l ଉକ୍ତ ସଭାରେ କୋଶଲେଶ୍ବର ମାଲି ସମାଜର ବିଭିନ୍ନ ଅଞ୍ଚଳର ସଦସ୍ୟ ମାନେ ଉପସ୍ଥିତ ଥିଲେ l