-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||     

HOME   ଜିଲ୍ଲା

ରାଉରକେଲା ରେ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ*

27-Nov-2023




    ରାଉରକେଲା - (ସଂଜୀବପାଣିଗ୍ରାହୀ)   ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ରାଉରକେଲା ରେ  ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ ଆୟୋଜନ ପାଇଁ ରାଉରକେଲା ଠାରେ ପ୍ରଥମ ପ୍ରସ୍ତୁତି ବୈଠକ  ସେକ୍ଟର ୪ ପୁର୍ତ୍ତ ବିଭାଗ ଡାକବଂଗଲା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନର ଆବାହକ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ତଥା ସଂଗଠକ ଭଗବାନ ପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ   ରାଉରକେଲା ର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମ ଆୟୋଜନ ନେଇ ମତ ରଖିଥିଲେ। 
     ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କ ଜନ୍ନଦିନ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ ଭାବରେ ପାଲନ କରାଯାଇ ସମ୍ବଲପୁରୀ କୁ ବିଶ୍ବ ଦରବାରରେ ପହଞ୍ଚାଇବା ଦିଗରେ ମଞ୍ଚ ୨୦୧୩ ମସିହାରୁ କାର୍ଯ୍ୟ କରି ଆସୁଛି । ଏହାସହ ବିଭିନ୍ନ ଜିଲ୍ଲାରେ ଜାତୀୟ ସମ୍ବଲପୁରୀ ସମ୍ମେଲନ ଆୟୋଜନ କରି ସମ୍ବଲପୁରୀ ଭାଷା , ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ଦିଗରେ ଆଲୋଚନା ର ମାହୋଲ ତିଆରି କରି ଆସିଛି । ପ୍ରଥମ ସମ୍ମେଲନ ସମ୍ବଲପୁର ରେ, ଦ୍ବିତୀୟ ସମ୍ମେଲ ନ ଝାରସୁଗୁଡା ରେ , ତୃତୀୟ ସମ୍ମେଳନୀ ସୁନ୍ଦରଗଡ ରେ ଆୟୋଜନ ହୋଇଥିଲା ।   ରାଜ୍ଯ ଶ୍ରମ ନିଯୁକ୍ତି ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ସମ୍ମେଲନ ର ପ୍ରୁଷ୍ଠପୋଷକ ଭାବେ ଦାୟିତ୍ୱ ନେଇଥିବା ବେଳେ ପେବ୍ରୁଆରୀ ପ୍ରଥମ ସପ୍ତାହ ରେ କାର୍ଯ୍ୟକ୍ରମ ପାଇଁ ବୈଠକ ରେ ସ୍ଥିର କରାଯାଇ ଥିଲା । ସମ୍ମିଲନୀ ରେ ପଶ୍ଚିମାଞ୍ଚଳ ର ସବୁ ଅଂଚଳର ପ୍ରତିନିଧିତ୍ବ ଗୁରୁତ୍ବ ଦେବା ପାଇଁ ମତ ପ୍ରକାଶ ପାଇଥିଲା। 
     ଆଜିର ବୈଠକରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ରାଉରକେଲା, ପଶ୍ଚିମ ଓଡ଼ିଶା ଦଲିତ ବିକାଶ ପରିଷଦ, ଚକୋର ସମାଜ ଯୁବାମଂଚ, ମାଁ ସମଲେଶ୍ଵରୀ ୟୁଥ ଏସୋସିଏସନ,ତ୍ରୀବେଣୀ କଲା ପରିଷଦ,ରାଉରକେଲା ଏସଟିଏସସି  ୟୁଥ ସଂଗଠନ, ସମଲେଶ୍ଵରୀ ଯୁବକ ସଂଘ ବନ୍ଡୋମୁଣ୍ଡା, ତାଇକଣ୍ଡୋ ଏସୋସିଏସନ, ରାଉରକେଲା ଆର୍ଟିଷ୍ଟ ଓ୍ବେଲଫେୟାର ଏସୋସିଏସନ ସହ ପଶ୍ଚିମାଞ୍ଚଳ ଏକତା ମଞ୍ଚ କେନ୍ଦ୍ରୀୟ କମିଟୀର ସଦସ୍ଯଂକ  ସହ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ରାଉରକେଲା ଶାଖା ର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ବିଧାୟକ ସୁବ୍ରତ ତରାଇ, ନିହାର ରାୟ, ସୁର୍ଯନାରାୟଣ ପାଢୀ, ପ୍ରକାଶ ପାଢୀ, ଶିବ ପ୍ରସାଦ ନନ୍ଦ, ମହେନ୍ଦ୍ର କୁମ୍ଭାର, କଲ୍ଲୋଳ ଠାକୁର,ଲିନା ବିଶ୍ବାଲ, କଲ୍ୟାଣୀ ଦାସ, ନଲିନୀ କାନ୍ତ ଧର, ଅଶୋକ ଭଇଁଷା, ରବୋର୍ଟ ହାଇଫିଲ, ମହେଶ୍ୱର ନାଗ, ଜନନୀ ମିଶ୍ର,ସୁର୍ୟ୍ଯ ନାରାୟଣ ପଣ୍ଡା,  ପଶ୍ଚିମାଞ୍ଚଳ ଏକତା ମଞ୍ଚ କେନ୍ଦ୍ରୀୟ କମିଟୀର  ଆବାହକ ଭବାନୀଶ ଭୋଇ, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର ଜିଲ୍ଲା ସଂଯୋଜକ ରାଜେଶ ସ୍ବାଇଁ, ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ରୋଶନ ସାହୁ,ରାଉରକେଲା ସଂଯୋଜକ ତରୁନ  କୁମାର , ବଲାଙ୍ଗିର ସଂଯୋଜକ ଅଜୟ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   24-Aug-2026
  ଜିଲ୍ଲା  
ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   24-Aug-2026
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026

You Might Also Like